ଗୁଜରାଟ ଦଙ୍ଗା ମାମଲାରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରଗୃହ ମନ୍ତ୍ରୀ। ୧୯ବର୍ଷ ଧରି ଶିବଙ୍କ ପରି ବିଷପାନ କରି ଦିନ କାଟୁଥିଲେ ମୋଦୀ ।

141

କନକ ବ୍ୟୁରୋ : ୨୦୦୨ ମସିହାର ଗୁଜରାଟ ଦଙ୍ଗା ମାମଲା । ଏହି ବହୁ ଚର୍ଚ୍ଚିତ ତଥା ବିବାଦୀୟ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏସଆଇଟି ଦେଇଥିବା କ୍ଲିନଚିଟ ଫଇସଲାକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । କ୍ଲିନଚିଟ ପାଇବା ପରେ ମୋଦି ଓ ଗୁଜରାଟ ଦଙ୍ଗାକୁ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ନ୍ୟୁଜ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ୧୯ବର୍ଷ ପୁରୁଣା ଦିନର କିଛି କଥାକୁ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଶାହା କହିଛନ୍ତି ୧୯ବର୍ଷ ଧରି ପ୍ରଧାନମନ୍ତ୍ରୀ ଅନେକ ଯନ୍ତ୍ରଣା ସହିଛନ୍ତି । ତଥାପି ଅନ୍ୟମାନଙ୍କ ପରି କୌଣସି ଡ୍ରାମା କରିନଥିଲେ । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଚୁପଚାପ ଧୌର୍ଯ୍ୟର ସହ ସହିଥିଲେ ।

ଦୀର୍ଘ ଦିନ ଧରି ମୋଦି ସାହସିକତାର ସହ ସବୁ ଯନ୍ତ୍ରଣା ଭଗବାନ ଶଙ୍କର ବିଷପାନ ଭଳି ସହିଥିଲେ । କେବଳ ଜଣେ ଶକ୍ତିଶାଳୀ ନେତା ହିଁ ମାମଲାର ବିଚାର ଚାଲିଥିବାବେଳେ ଏଭଳି ନୀରବ ରହିପାରନ୍ତି ବୋଲି ଶାହା କହିଛନ୍ତି । ଶାହା କହିଛନ୍ତି ମୋଦିଙ୍କ କଷ୍ଟକୁ ସେ ବହୁତ ପାଖରୁ ଦେଖିଛନ୍ତି । ଦୀର୍ଘ ଦିନର ଅପେକ୍ଷାରେ ମୋଦି ସମସ୍ତଙ୍କ ପାଇଁ ଏକ ଉଦହାରଣ ସୃଷ୍ଟି କରିଛନ୍ତି । ନ୍ୟାୟିକା ପ୍ରକ୍ରିୟାରେ କୌଣସି ବାଧା ସୃ୍ଷ୍ଟି ନକରି ଦୀର୍ଘ ଦିନ ଧରି ଚୁପ ରହି ସବୁ ସହୁଥିଲେ ପ୍ରଧାନମନ୍ତ୍ରୀ । ତେଣୁ ସମ୍ମିଧାନକୁ କିଭଳି ସମ୍ମାନ ଦିଆଯାଏ ଏହାର ଜ୍ୱଳନ୍ତ ଉଦାହରଣ ସେ ସୃଷ୍ଟି କରିଥିବା ଶାହା କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଉଦାହରଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନ୍ୟାସନାଲ ହେରାଲ୍ଡ ମାମଲା ପ୍ରସଙ୍ଗରେ ସମାଲୋଚନା କରିଛନ୍ତି ଅମିତ ଶାହା । ଦୀର୍ଘ ୧୯ବର୍ଷ ଧରି ମୋଦି ମାମଲାକୁ ନେଇ ମୁହଁ ଖୋଲିନଥିବାବେଳେ ଇଡିର ଜେରାକୁ ନେଇ ଯେଉଁଭଳି ଭାବେ ରାହୁଲଙ୍କ ସମର୍ଥକ ଓ କଂଗ୍ରେସକର୍ମୀ ବିକ୍ଷୋଭ କରୁଛନ୍ତି ତାହା ନିନ୍ଦନୀୟ ବୋଲି ଶାହା କହିଛନ୍ତି ।

୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଏସଆଇଟିର କ୍ଲିନଚିଟକୁ କାୟମ ରଖିଛନ୍ତି । ପୂର୍ବତନ କଂଗ୍ରେସ ସାଂସଦ ଜାକିଆ ଜାଫରୀଙ୍କ ଆବେଦନକୁ ଖାରଜ କରି କୋର୍ଟ କହିଥିଲେ ଗୁଜରାଟ ଦଙ୍ଗା ଏକ ପରିକଳ୍ପତି ଷଡଯନ୍ତ୍ର ଥିଲା । ୨୦୦୨ରେ ଗୁଜରାଟରେ ବଡଧରଣର ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା । ଦଙ୍ଗା ସମୟରେ ୭୦ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୦୬ ରେ ଜାକିଆ ଜାଫରି ଏନେଇ ମାମଲା ରୁଜୁ କରିଥିଲେ । ୨୦୧୧ରେ ଏହି ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ ହୋଇଥିଲା । ୨୦୧୨ ଫେବ୍ରୃଆରୀରେ ଏସଆଇଟି ଚୁଡାନ୍ତ ରିର୍ପୋଟ ପ୍ରଦାନ କରି ମୋଦିଙ୍କୁ କ୍ଲିନଚିଟ ଦେଇଥିଲା ।