ଆଇନ ଭାଙ୍ଗିଲେ ଆଇନ ତିଆରି କରୁଥବା ମନ୍ତ୍ରୀ ଓ ବିଧାୟକ । ହେଲମେଟ୍ ନ ପିନ୍ଧିବାରୁ ଗଣିଲେ ଫାଇନ 

223

କନକ ବ୍ୟୁରୋ: ଟ୍ରାଫିକ ନିୟମ ଭାଙ୍ଗି ତଣ୍ଡ ଗଣିଲେ ମନ୍ତ୍ରୀ ଓ ବିଧାୟକ । ବାଲେଶ୍ୱରରେ ବିନା ହେଲମେଟରେ ସଦର ବିଧାୟକ ସ୍ୱରୂପ ଦାସ ଗାଡି ଚଳାଉଥିବା ବେଳେ ପଛରେ ବସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ବାହାରିଥିବା ବେଳେ ମନ୍ତ୍ରୀ ଓ ସାଥିରେ ଥିବା ବିଧାୟକ ହେଲମେଟ ନପିନ୍ଧିଥିବାରୁ ଚାଲାଣ କାଟିଥିଲା ଟ୍ରାଫିକ ପୋଲିସ । ଫଳରେ ଗାଡି ମାଲିକ ନାଁରେ ୧ ହଜାର ଟଙ୍କାର ଚାଲାଣ କାଟିଥିଲା ବାଲେଶ୍ୱର ଟ୍ରାଫିକ୍ ପୁଲିସ । ପରେ ଟ୍ରାଫିକ ଥାନାରେ ପହଞ୍ଚି ଫାଇନ୍ ଭରିଛନ୍ତି ବିଧାୟକ ଓ ମନ୍ତ୍ରୀ ।

  • ନିୟମ ଭାଙ୍ଗିଲେ, ଫାଇନ୍ ଗଣିଲେ
  • ହେଲମେଟ ନପିନ୍ଧି ତଣ୍ଡ ଗଣିଲେ ମନ୍ତ୍ରୀ

ବାଲେଶ୍ୱର ଜିଲ୍ଲା ହେମକାପଦା ଛକରେ ବିନା ହେଲମେଟରେ ବାଇକ ଚଲାଇଥିଲେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଓ ପଛରେ ବସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ବାହାରିଥିବା ମନ୍ତ୍ରୀ, ହେଲମେଟ ନପିନ୍ଧି ଟ୍ରାଫିକ ନିୟମ ଭାଙ୍ଗିଛନ୍ତି । ସେପଟେ ହେଲମେଟ ନ ପିନ୍ଧି ବାଇକରେ ଯାଉଥିବାରୁ ଗାଡି ମାଲିକ ନାଁରେ ୧ ହଜାର ଟଙ୍କାର ଚାଲାଣ କାଟିଛି ବାଲେଶ୍ୱର ଟ୍ରାଫିକ୍ ପୁଲିସ । ପରେ ଟ୍ରାଫିକ ଥାନାରେ ପହଞ୍ଚି ଫାଇନ୍ ଭରିଛନ୍ତି ବିଧାୟକ ଓ ମନ୍ତ୍ରୀ ।

  • ନିୟମ ଭାଙ୍ଗିବାରୁ ତାଗିଦ୍ କରିଥିଲେ
  • ଦୁଇ ଦିନ ପରେ ନିଜେ ନିୟମ ଭାଙ୍ଗିଲେ

ଗତ ଗୁରୁବାର ଘଷିପୁରା ଅଂଚଳରେ ସ୍କୁଲ ପରିଦର୍ଶନ ସମୟରେ ବସରେ ସିଟ ସଂଖ୍ୟାରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଯାଉଥିବାର ଦେଖି, ସ୍କୁଲ ବସକୁ  ଅଟକାଇ ଶିକ୍ଷୟିତ୍ରୀ ଏବଂ ବସ କର୍ମଚାରୀଙ୍କୁ ତାଗିଦ କରିଥିଲେ ମନ୍ତ୍ରୀ  । ଲଦାଲଦି ହୋଇ ପିଲାମାନେ ଯାଉଥିବାରୁ ପିଲାମାନେ କଣ ଲଗେଜ କି ? ବୋଲି ପ୍ରଶ୍ନ କରିଥିଲେ ମନ୍ତ୍ରୀ ସମୀର ରଂଜନ ଦାସ  ।

ଦୁଇ ଦିନ ପୂର୍ବରୁ ନିୟମ ଭାଙ୍ଗିବାରୁ ସ୍କୁଲ କର୍ମଚାରୀଙ୍କୁ ତାଗିଦ୍ କରିଥିବା ମନ୍ତ୍ରୀ ବାଲେଶ୍ୱରରେ କିନ୍ତୁ ନିଜେ ଟ୍ରାଫିକ୍ ନିୟମ ଭାଙ୍ଗିଛନ୍ତି । ଆଇନ ତିଆରି କରୁଥିବା ମନ୍ତ୍ରୀ ବିଧାୟକ ଯଦି ସବୁଜାଣିଶୁଣ, ଆଇନ ଭାଙ୍ଗିବେ, ତେବେ ଲୋକଙ୍କ ଠାରୁ କଣ ଆଶା କରାଯିବ ବୋଲି ଚର୍ଚ୍ଚା କରୁଛନ୍ତି ବୁଦ୍ଧିଜୀବୀ ।