ଦେଶରେ ଉପରମୁହାଁ କରୋନା ସଂକ୍ରମଣ। ଲାନସେଟରର ରିପୋର୍ଟ, କରୋନା ଟିକା ୪୨ ଲକ୍ଷ ଭାରତୀୟଙ୍କ ବଞ୍ଚାଇ ଦେଲା ଜୀବନ।

100

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଏବେ ପୁଣି ଉପରମୁହାଁ ହୋଇଛି । ଗତକାଲି କରୋନା ସଂକ୍ରମଣ ସଂଖ୍ୟା ୧୭ ହଜାର ପରେ ଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ଆଉ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ଆଜି ୮ ପ୍ରତିଶତ କମ୍ କରୋନା ଆକ୍ରାନ୍ତ ଚିହ୍ନ୍ଟ ହୋଇଛନ୍ତି । ଯଦିଓ ଦେଶରେ ଏବେ ମୃତ୍ୟୁ ସଂଖ୍ୟାରେ ନିୟନ୍ତ୍ରଣ ରହିଛି । ସବୁଠୁ ଅଧିକ ସଂକ୍ରମିତ ମୁଖ୍ୟତଭାବେ ୩ଟି ରାଜ୍ୟରୁ ଚିହ୍ନଟ ହେଉଛନ୍ତି । ମହାରାଷ୍ଟ୍ର ସବୁଠୁ ଆଗରେ ରହିଥିବାବେଳେ ତାପଛକୁ ରହିଛି ରାଜଧାନୀ ଦିଲ୍ଲୀ । ଦେଶରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୫ ପ୍ରତିଶତ କେବଳ ଏହି ୩ରାଜ୍ୟରୁ ଚିହ୍ନଟ ହେଉଛନ୍ତି

ଯଦି ନଜର ପକାଇବା ବିଗତ ୭ଦିନର ଦୈନିକ ସଂକ୍ରମଣ ସଂଖ୍ୟା ଉପରେ ତେବେ ଏକଥା ସ୍ପଷ୍ଟ ଚିତ୍ର ମିଳୁଛି କି ଦେଶରେ ଲଗାତାର କିଭଳି ସଂକ୍ରମଣ ବୃଦ୍ଧି ହେଉଛି ।
ତାରିଖ       ନୂଆଆକ୍ରାନ୍ତ            ସକ୍ରିୟ ରୋଗୀ           ମୃତ୍ୟୁ ସଂଖ୍ୟା
ଜୁନ୍ ୧୮    ୧୨,୮୯୯            ୭୨,୪୭୪                   ୧୫
ଜୁନ୍ ୧୯    ୧୨,୭୧୭            ୭୬,୭୦୦                   ୧୮
ଜୁନ୍ ୨୦      ୯,୮୭୫             ୭୭,୯୦୯                   ୧୭
ଜୁନ୍ ୨୧     ୧୨,୨୪୯           ୮୧, ୬୮୭                  ୧୩
ଜୁନ୍ ୨୨     ୧୩,୩୧୩          ୮୩, ୯୯୦                   ୩୮
ଜୁନ୍ ୨୩      ୧୭,୩୩୬         ୮୮,୨୮୪                    ୧୩
ଜୁନ୍ ୨୪       ୧୫,୯୪୦       ୯୦,୩୭୫                      ୨୦

କିଛି ଦିନ ପୂର୍ବରୁ ହିଁ ସ୍ୱାସ୍ଥ୍ୟବିଶେଷଜ୍ଞ ଆକଳନ କରିଥିଲେ କି ଜୁନ ଶେଷ ସପ୍ତାହରେ ଦେଶରେ ୪ର୍ଥ ଲହର ଆସିପାରେ । ଏହା ଭିତରେ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ବଢାଇଛି । ବିଶ୍ୱର ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ ଲାନସେଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କରୋନା ଟିକା ୪୨ ଲକ୍ଷ ଭାରତୀୟଙ୍କ ଜୀବନ ବଞ୍ଚାଇ ଦେଲା ବୋଲି ଦାବି କରାଯାଇଛି । ଏଥିରେ କୁହାଯାଇଛି କରୋନା ଭ୍ୟାକସିନ ସଞ୍ଜୀବନୀ ସଦୃଶ ୪୨ ଲକ୍ଷ ଭାରତୀୟଙ୍କ ଜୀବନ ବଞ୍ଚାଇ ଦେଇଛି । ଏହି ରିପୋର୍ଟରେ ଆହୁରି କୁହାଯାଉଛି, ଟିକାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପୁରା ବିଶ୍ୱର ବିଭିନ୍ନ ଦେଶ ପାଇଁ ୨୦୨୧ ଶେଷ ସୁଦ୍ଧା ଯେଉଁ ଟାର୍ଗେଟ ରଖାଯାଇଥିଲା ତାହା ପୂରଣ ହୋଇଥିଲେ ଆହୁରି ପ୍ରାୟ ୫ ଲକ୍ଷ ୯୯ ହଜାର ୩୦୦ ଜୀବନ ବଞ୍ଚିଯାଇଥାନ୍ତା ବୋଲି କୁହାଯାଇଛି ।