ବଜେଟରେ ବେକାରୀଙ୍କ ପାଇଁ ବଡ଼ ସୁଯୋଗ ଆଣିଲେ ସରକାର ! ଜାଣନ୍ତୁ କେତେ ଛାତ୍ରଙ୍କୁ ମିଳିବ ବୃତ୍ତି ଆଉ କେତେ ଜଣଙ୍କୁୁ ନିଯୁକ୍ତି

47

କନକ ବ୍ୟୁରୋ : ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଶିକ୍ଷା ଓ ରୋଜଗାର ଉପରେ ମଧ୍ୟ ଗୁରତ୍ୱ ଦେଇଛନ୍ତି । ଜେଟଲି କହିଛନ୍ତି ପିଲାଙ୍କୁ କେବଳ ସ୍କୁଲ ପର୍ଯ୍ୟନ୍ତ ପହଞ୍ଚାଇବା ଯଥେଷ୍ଟ ନୁହେଁ, ବରଂ ଶିକ୍ଷାର ମାନ ଓ ରୋଜଗାର ଯୋଗାଇଥିବା ଶିକ୍ଷା ଦେବା ଆବଶ୍ୟକ । ସାଧାରଣ ବଜେଟରେ ଅଭିଭାଷଣ ଦେବା ସମୟରେ ଜେଟଲି କହିଛନ୍ତି ଶିକ୍ଷାର ମାନ ଏବେ ଚିନ୍ତାର ବିଷୟ ପାଲିଟିଛି । ବଜେଟରେ ଆଦିବାସୀ ପିଲାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଜେଟଲି । ଆଦିବାସୀ ପିଲାଙ୍କ ପାଇଁ ଏକଲବ୍ୟ ମଡେଲ ସ୍କୁଲ ତିଆରି ହେବ । ପ୍ରି ନର୍ସରୀରୁ ଦ୍ୱାଦଶ ପର୍ୟ୍ୟନ୍ତ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଜେଟଲି । ପ୍ରି ନର୍ସରୀରୁ ଦ୍ୱାଦଶ ପର୍ୟ୍ୟନ୍ତ ଗୋଟିଏ ଶିକ୍ଷା ନୀତି ଲାଗୁ ହେବ । ଚଳିତ ବଜେଟରେ ସବୁ ପିଲାଙ୍କୁ ସ୍କୁଲ ପହଚାଂଇବା ଲକ୍ଷ୍ୟ ରହିଛି । ଡିଜିଟାଲ ବୋର୍ଡରେ ପରିଣତ ହେବ ବ୍ଲାକ ବୋର୍ଡ । ଶିକ୍ଷକଙ୍କ ପାଇଁ ଇଂଟିଗ୍ରେଟେଡ ବିଇଡି ଯୋଜନା । ବଡୋଦରାରେ ରେଲୱେ ୟୁନିଭରର୍ସିଟି ହେବ ।

ବେକାରୀଙ୍କୁ ନିଯୁକ୍ତି ଦେବା ପାଇଁ ମୋଦି ସରକାର ବଜେଟରେ ବ୍ୟବସ୍ଥା କରିଛନ୍ତି । ୭୦ ଲକ୍ଷ ନୂଆ ନିଯୁକ୍ତି ଦେବାଇ ଯୋଜନା କରାଯାଉଛି । ୫୦ ଲକ୍ଷ ଛାତ୍ରଙ୍କୁ ମିଳିବ ବୃତ୍ତି । ବ୍ୟବସାୟ ଆରମ୍ଭ ପାଇଁ ମୂଦ୍ରା ଯୋଜନାରେ ୩ ଲକ୍ଷ କୋଟିର ପାଣ୍ଠି ବ୍ୟବସ୍ଥା କରାଯାଇଛି । ସେହିଭଳି ଲଘୁ ଉଦ୍ୟୋଗ ପାଇଁ ୩ ହଜାର ୭୯୪ କୋଟିର ବ୍ୟୟ ବରାଦ କରିଛି ଅରୁଣ ଜେଟଲିଙ୍କ ଅର୍ଥ ମନ୍ତ୍ରାଳୟ । ନୂଆ କର୍ମଚାରୀଙ୍କ ପାଇଁ ଇପିଏଫ ବାବଦକୁ ସରକାର ଦେବେ ୧୨ ପ୍ରତିଶତ । ବିଟି କଏନ୍କୁ ବେଆଇନ ଘୋଷଣା କରାଯାଇଛି । କଂପାନୀର ଆଧାର ଭଳି ପରିଚୟ ପ୍ରତ୍ର ହେବ । ୧୬ ଟିକିଆ ନମ୍ବର ଦିଆଯିବ । ୧୪ଟି ସରକାରୀ କଂପାନୀ ସେୟାର ବଜାରରେ ସାମିଲ ହେବେ । ୨ ଟି ସରକାରୀ ବିମା କଂପାନୀ ସେୟାର ବଜାରରେ ସାମିଲ କରାଯିବ । ୮୦ ହଜାର କୋଟି ଟଙ୍କା ପୁଜିଂବିନିବେଶ ହେବ । ଜମା ରାଶି ଉପରେ ବରିଷ୍ଠ ନାଗରିକଙ୍କ ପାଇଁ ୧୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଛାଡ କରାଯିବ । ଦୀର୍ଘ ମିଆଦି ନିବେଶ ପାଇଁ ୧୦ ପ୍ରତିଶତ ଗେନ ଟ୍ୟାକ୍ସ କରାଯାଇଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ୧ପ୍ରତିଶତ ସେସ ଲାଗୁ ହେବ । ସୁନା କାରବାର ପାଇଁ ନୂଆ ନୀତି ଆସିବ ।