ବାରବାଟୀ ଟି-୨୦ : ଟିକେଟ ପାଇଁ ମାରପିଟ, ଠେଲାପେଲା; ମୁହାଁମୁହିଁ ହେଲେ ଜନତା ପୋଲିସ

248

କନକ ବ୍ୟୁରୋ : ବାରବାଟୀ ଟି-୨୦ ପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ । ଟିକେଟ୍ କିଣିବାକୁ ଏକାଠି ହୋଇଛନ୍ତି ହଜାର ହଜାର ଲୋକେ । ଲମ୍ବା ଧାଡିରେ ଛିଡ଼ା ହୋଇ କ୍ରିକେଟପ୍ରେମୀ ଟିକେଟ୍ କିଣିବାକୁ ଅପେକ୍ଷା କରିଛନ୍ତି । ଏହି ସମୟରେ ଟିକେଟ୍ ନେବା ପାଇଁ ଠେଲା ପେଲା ଦେଖିବାକୁ ମିଳିଛି । ହଜାର ହଜାର ଲୋକ ଟିକଟ୍ କାଉଣ୍ଟର ଆଡକୁ ମାଡି ଆସିଥିଲେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲା ପୋଲିସ ।

ଠେଲା ପେଲା କରୁଥିବା ଲୋକଙ୍କୁ ପୋଲିସ ମାଡ ମାରଥିଲା । କିଛି ସମୟ ଠେଲାପେଲା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୨ ହଜାର ୯୩ଟି ଟିକେଟ୍ ବିକ୍ରି ହେବ । ଏଥିପାଇଁ ୩୦ରୁ ୪୦ ହଜାର ଲୋକ କାଉଣ୍ଟର ଆଗରେ ଏକାଠି ହୋଇଛନ୍ତି । କିଏ ଆଗ ଯାଇ ଟିକେଟ୍ ନେବ ସେଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା ।

୧୨ ହଜାର ୯୩ଟି ଟିକେଟରୁ ୧୩୬୨ଟି ଦାମୀ ଟିକେଟ୍ ରହିଥିବା ବେଳେ ୧୦ ହଜାର ୭୩୧ଟି ଗ୍ୟାଲେରୀ ଟିକେଟ୍ ବିକ୍ରି ହେବ । ଟିକେଟ୍ ବିକ୍ରି ପାଇଁ ୯ଟି କାଉଣ୍ଟର ଖୋଲାଯାଇଛି । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୨ଟି କାଉଣ୍ଟର ରହିଛି । ପୋଲିସ ପକ୍ଷରୁ କାଉଂଟର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଉଣ୍ଟର ଭିତର ଓ ବାହାର ସୁରକ୍ଷା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।