ରିଷଭ ପନ୍ତଙ୍କୁ ଦକ୍ଷିଣ ଆଫ୍ରିକା ସିରିଜରେ ବଡ ଦାୟିତ୍ୱ । ରାଇନାଙ୍କ ପରେ ହେବେ ସବୁଠୁ ଯୁବ ଅଧିନାୟକ ।

184

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ସିରିଜ୍ । ଏହି ସିରିଜରେ ଭାରତର ମଙ୍ଗ ସମ୍ଭାଳିବେ ଯୁବ ଅଧିନାୟକ ରିଷଭ ପନ୍ଥ । ତେବେ ଖାସ୍ କଥା ହେଉଛି ନିଜ ହୋମ୍ ଟାଉନ୍ ଦିଲ୍ଲୀରୁ ହିଁ ଭାରତୀୟ ଦଳର ମଙ୍ଗ ସମ୍ଭାଳିବେ ଏହି ଯୁବ ୱିକେଟ୍ କିପର ।

ରିଷଭ ପନ୍ତ ଆଜି ମ୍ୟାଚରେ ଅଧିନାୟକ ଭାର ସମ୍ଭାଳିବା ପରେ, ରାଇନାଙ୍କ ପରେ ଦ୍ୱିତୀୟ କନିଷ୍ଠ ଅଧିନାୟକ ହେବେ । ରିଷଭ ପନ୍ତ ଅଧିନାୟକ ଭାର ସମ୍ଭାଳିବାରେ ଅଷ୍ଠମ ଖେଳାଳି ହେବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ ପ୍ରଥମେ ୨୦୦୬ ମସିହାରେ ବୀରେନ୍ଦ୍ର ସେହ୍ୱାଗ, ପରେ ପରେ ଏମ୍ ଏସ୍ ଧୋନୀ, ସୁରେଶ ରାଇନା, ରାହାଣେ, ବିରାଟ କୋହଲି, ରୋହିତ ଶର୍ମା ଓ ଶିଖର ଧାୱନ୍ ଅଧିନାୟକ ରହିସାରିଛନ୍ତି ।

ଦିଲ୍ଲୀରେ ପଡିଆକୁ ଓହ୍ଲାଇବା ମାତ୍ରକେ ରିଷଭ ପନ୍ତ ଏହି ଖାସ୍ ରେକର୍ଡ କରିବାକୁ ଯାଉଛନ୍ତି । ସୁରେଶ ରାଇନା ମାତ୍ର ୨୩ ବର୍ଷ ୧୯୭ ଦିନରେ ଟିମ୍ ଇଣ୍ଡିଆର କମାଣ ସମ୍ଭାଳିଥିଲେ । ଆଉ ରିଷଭ ପନ୍ତ ମାତ୍ର ୨୪ ବର୍ଷ ୨୪୯ ଦିନରେ ଅଧିନାୟକ ଭାର ସମ୍ଭାଳିବେ ।

ରିଷଭ ପନ୍ତ ପ୍ରଥମ କରି ଟିମ୍ ଇଣ୍ଡିଆର ଅଧିନାୟକ ଭାର ସମ୍ଭାଳିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ଆଇପିଏଲରେ ମଧ୍ୟ ଅଧିନାୟକ ରହିସାରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସେ ଅଧିନାୟକ ଅଛନ୍ତି । ତାଙ୍କ ନେତୃତ୍ୱରେ ଦଳ ୩୦ଟି ମ୍ୟାଚ୍ ଖେଳି ୧୬ଟିରେ ବିଜୟ ଓ ୧୩ଟି ପରାଜୟ ବରଣ କରିଛି । ଗୋଟିଏ ମ୍ୟାଚ ଟାଇରେ ଶେଷ ହୋଇଛି ।