ଋଷ-ୟୁକ୍ରେନ ବିବାଦ ଭିତରେ ସାମ୍ନାକୁ ଆସିଲା ବ୍ରିଟେନ, ଋଷ ଉପରେ ଲଗାଇଲା ଏହିସବୁ ପ୍ରତିବନ୍ଧକ

182

କନକ ବ୍ୟୁରୋ : ଋଷ-ୟୁକ୍ରେନ ବିବାଦ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଏକ ଜରୁରୀକାଳୀନ ବୈଠକ ଡାକି ଋଷ ରାଷ୍ଟ୍ରପତି ପୁତିନଙ୍କ ଉପରେ ଅସନ୍ତୁଷ୍ଟ ଜାହିରି କରିଛି । ଡୋନେସ୍ତକ ଓ ଲୁହାଁସ୍ତକକୁ ଋଷ ସେନା ପଠାଇବା ନେଇ ଘୋଷଣା କରିବା ପରେ ଭାରତ ବି ନିଜ ପକ୍ଷ ସ୍ପଷ୍ଟ କରିଛି । ଭାରତ ତରଫରୁ କୁହାଯାଇଛି କି ୟୁକ୍ରେନ ଓ ତାର ଆଖ ପାଖ ଅଞ୍ଚଳରେ ରହୁଥିବା ୨୦ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କ ସୁରକ୍ଷା ଭାରତର ପ୍ରାଥମିକତା । ଏପଟେ ଋଷର ଯୁଦ୍ଧ ଟ୍ୟାଙ୍କ ଡୋନେସ୍ତକ ଆଡେ ଯାଉଥିବାର ଭିଡିଓ ଗଣମାଧ୍ୟମରେ ଭାଇରାଲ ହେଉଛି । ଏସବୁ ଦୃଷ୍ଟିରେ ରଖି ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କଥା ୟୁକ୍ରେନ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେପଟେ ଋଷର ଏଭଳି ଗତି ଦେଖି ବ୍ରିଟେନ ବି ସାମ୍ନାକୁ ଆସିଛି । ବ୍ରିଟେନ ସରକାରଙ୍କ ତରଫରୁ ଋଷ ଉପରେ ଶକ୍ତ କଟକଣା ଲଗାଇବାକୁ ଘୋଷଣା କରାଯାଇଛି । ଏହି କ୍ରମରେ ବ୍ରିଟେନ ସର୍ବ ପ୍ରଥମେ ଋଷର ୫ ଟି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଏହାସହ ୩ ଟି ଉଚ୍ଚ ନେଟୱର୍ଥ ବାଲା ଲୋଗୋ ଉପରେ ବି ବ୍ରିଟେନ ପ୍ରତିବନ୍ଧକ ଲଗାଇବା ନେଇ ଘୋଷଣା କରିଛି ।

ସେପଟେ ଭାରତର ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗାଳ କହିଛନ୍ତି କି ବିବାଦ କମିବା ଦରକାର । ସେ ଆହୁରି କହିଛନ୍ତି କି ବିଶ୍ୱ ଆଉ ଏକ ଯୁଦ୍ଧ ଚାହୁଁନାହିଁ , କୂଟନୀତି ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବା ଆବଶ୍ୟକ । ଅନ୍ୟପଟେ ଋଷ-ୟୁକ୍ରେନ ବିବାଦ ଭିତରେ ବଢୁଥିବା ଇନ୍ଧନର ଦାମକୁ ନେଇ ୟୁରୋପୀୟ ନେତାମାନେ ଚିନ୍ତା ପ୍ରକଟ କରିଛନ୍ତି । କାରଣ ବର୍ଷ ବର୍ଷ ଧରି ୟୁରୋପୀୟ ଦେଶମାନେ ପ୍ରାକୃତିକ ଗ୍ୟାସ ପାଇଁ ମସ୍କୋ ଉପରେ ନିର୍ଭର କରୁଛନ୍ତି ।

ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂ ବି ଆଜି ଋଷ-ୟୁକ୍ରେନ ବିବାଦ ନେଇ ବୟାନ ଜାରି କରିଛନ୍ତି । ରାଜନାଥ କହିଛନ୍ତି କି ଏହି ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଭାରତ ଚାହେଁ । ଯଦି ଆମେରିକା ରାଷ୍ଟ୍ରପତି ଓ ଋଷର ରାଷ୍ଟ୍ରପତି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରିବ ତେବେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ରାଜନାଥ ସିଂ ଆଶା ପ୍ରକଟ କରିଛନ୍ତି ।