ଗାଁ ପିଲାଙ୍କୁ ଶିକ୍ଷିତ କରିବାକୁ ଅଂଟା ଭିଡ଼ିଲେ ରାୟଗଡ଼ା ଅଡ଼ପତିଗୁଡ଼ା ଗାଁର ତ୍ରିନାଥ ତୋଇକା: ଗାଁ ଦାଣ୍ଡରେ ଏକାଠି ପିଲାଙ୍କୁ ବସାଇ ପଢ଼ାଇଲେ ପାଠ

85

କନକ ବ୍ୟୁରୋ: ଗାଁ ପିଲାଙ୍କୁ ଶିକ୍ଷିତ କରିବାକୁ ଅଂଟା ଭିଡ଼ିଛନ୍ତି ତ୍ରିନାଥ ତୋଇକା । ସ୍କୁଲ ଛୁଟି ଥିବା ବେଳେ ପିଲାଙ୍କୁ ଗାଁ ଦାଣ୍ଡରେ ପଢ଼ାଉଛନ୍ତି ପାଠ । ପିଲାମାନେ ମଧ୍ୟ ଶୃଙ୍ଖଳିତ ଭାବେ ବସି ଧ୍ୟାନ ଦେଇ ଗୁରୁଙ୍କ କଥା ଶୁଣୁଛନ୍ତି । ରାୟଗଡ଼ା ଜିଲ୍ଲା ଅଡପତିଗୁଡା ଗାଁରେ ସ୍କୁଲ ଛୁଟି ଥିବା ଯୋଗୁଁ ପିଲାମାନେ ଚାଷ ଜମିରେ ବାପା ମାଆଙ୍କୁ ସାହାଯ୍ୟ କରୁଛନ୍ତି ତ କେହି କେହି ଗାଇଗୋରୁ, ଛେଳିକୁ ଚରାଇବାକୁ ଯାଆନ୍ତି । ଏସବୁ ଭିତରେ ସେମାନେ ପାଠ ପଢାରୁ ଦୂରେଇ ଯାଆନ୍ତି । ଆଉ ପଢିଥିବା ପାଠକୁ ଭୁଲି ଯାଆନ୍ତି । ତେଣୁ ପିଲାମାନଙ୍କୁ ଏକାଠି କରି ପାଠ ପଢା ସହ ଯୋଡି ହୋଇ ରହିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ତ୍ରିନାଥ । ପେଶାରେ ସେ ଜଣେ ଇଲେକ୍ଟ୍ରିସିଆନ ହୋଇଥିଲେ ମଧ୍ୟ ଗାଁ ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ ଶିକ୍ଷାଦାନ ଦିଗରେ ନିଜକୁ ନିୟୋଜିତ କରିଛନ୍ତି । ଅଡପତିଗୁଡା ସମେତ ଆଖପାଖ ଗାଁର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୫୦ ଜଣ ପିଲା ଆସୁଛନ୍ତି ଏହି ଟ୍ୟୁସନ୍କୁ । ଟ୍ୟୁସନ୍ରେ ହୋମଓାର୍କ ଦଉଥିବାରୁ ପିଲାମାନେ ବାହାରେ ନବୁଲି ନିଜ ପାଠ ପଢାରେ ବ୍ୟସ୍ତ ରହୁଥିବା କହିଛନ୍ତି ଟ୍ୟୁସନ ସାର ତ୍ରିନାଥ ।