କାଶୀପୁରବାସୀଙ୍କ ପାଇଁ ଆରମ୍ଭ ହେଲା ଭ୍ରାମ୍ୟମାଣ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା । ଟିକିରିରେ ଆରଓ ପ୍ଲାଣ୍ଟ ଲଗାଇଲା ପଞ୍ଚାୟତିରାଜ ଓ ଜଳ ଯୋଗାଣ ବିଭାଗ

124

କନକ ବ୍ୟୁରୋ : କାଶୀପୁରବାସୀଙ୍କ ପାଇଁ ଆରମ୍ଭ ହେଲା ଭ୍ରାମ୍ୟମାଣ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା । ଟିକିରିଠାରେ ଗୋଟିଏ ଭ୍ରାମ୍ୟମାଣ ଆରଓ ପ୍ଲାଂଟ ବସାଇଛି ପଂଚାୟତିରାଜ ଓ ଜଳ ଯୋଗାଣ ବିଭାଗ । କାଶୀପୁରରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଦୁର୍ଗମ ଗାଁର ଲୋକେ ଡହଳ ବିକଳ ହେଉଥିଲେ । ନାଳ କିମ୍ବା ଚୁଆ ଦୁଷିତ ଜଳର ଉତ୍ସ ଉପରେ ନିର୍ଭର କରୁଥିଲେ । ଏବେ ଭ୍ରାମ୍ୟମାଣ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହେବା ପରେ କାଶୀପୁର ଟିକିରିବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
୨ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ଆରଓ ପ୍ଲାଂଟକୁ ଟିକିରି ବଜାରରେ ସ୍ଥାନିତ କରାଯାଇଛି । ଏଥିରୁ ଅଧଲିଟର ମିନେରାଲ ଯୁକ୍ତ ପପ୍ୟାକେଟ୍ ପାଣିକୁ ମାଗଣାରେ ଦିଆଯାଉଛି । ପରବର୍ତୀ ସମୟରେ ଲୋକଙ୍କ ଆବଶ୍ୟକତା ଅନୁସାରେ ଏହି ଭ୍ରାମ୍ୟମାଣ ଆରଓ ପ୍ଲାଂଟକୁ ବିଭିନ୍ନ ସ୍ଥାନରେ ବ୍ୟବସ୍ଥା କରାଯିବ ।