ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ରୋମାଂଚକର ବିଜୟ । ମାତ୍ର ତିନି ରନରେ ଜିତିଲା ଟିମ୍ ଇଣ୍ଡିଆ

413

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ରୋମାଂଚକର ବିଜୟ । ମାତ୍ର ତିନି ରନରେ ଜିତିଲା ଟିମ୍ ଇଣ୍ଡିଆ । ଫଳରେ ସିରିଜ୍ ୧-୦ରେ ଆଗୁଆ ରହିଛି ଶିଖର ଧାୱନଙ୍କ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ହରାଇ ୩୦୮ ରନ୍ କରିଥିଲା ।

ଦମଦାର ବ୍ୟାଟିଂ କରିଥିଲେ ଅଧିନାୟକ ଶିଖର ଧାୱନ୍ । ୯୭ ରନ୍ କରି ସେ ଶତକରୁ ବଂଚିତ ହୋଇଥିଲେ । ଶୁଭମନ୍ ଗିଲ ୬୪ ଓ ଶ୍ରେୟସ ଆୟାର ୫୪ ରନ୍ କରିଥିଲେ । ହେଲେ ବେଶ୍ ଆକର୍ଷଣୀୟ ବ୍ୟାଟିଂ କରିଥିଲା ଘରୋଇ ଦଳ । ଶେଷ ଦୁଇ ଓଭରରେ ଦଳକୁ ବିଜୟ ପାଇଁ ୨୭ ରନ୍ ଆବଶ୍ୟକ କରୁଥିଲା । ୪୯ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ୧୨ ରନ୍ ଦେଇଥିଲେ । ଶେଷ ଓଭରରେ ବିଜୟ ପାଇଁ ୧୫ ରନ୍ ଆବଶ୍ୟକ ଥିବା ବେଳେ ସିରାଜ ୧୧ ରନ୍ ଦେଇ ଦଳକୁ ବିଜୟୀ କରାଇଥିଲେ । ଫଳରେ ୩୦୯ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଇଣ୍ଡିଜ୍ ଦଳ ୩୦୫ ରନ୍ ହିଁ କରିପାରିଥିଲା ।