କିଏ ପାଇଲେ ‘କାଳିଆ’ ଟଙ୍କା, ରାଜ୍ୟ ସରକାର ଦେଲେ ତାଲିକା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ହୋଇଛନ୍ତି ଉପକୃତ ।

724

କନକ ବ୍ୟୁରୋ: ସାରା ଦେଶରେ କୃଷକଙ୍କ ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ‘କାଳିଆ’  ଯୋଜନା ପ୍ରସଂଶା ସାଉଣ୍ଟୁଛି । ଆଉ ଏହି ଯୋଜନା ‘କାଳିଆ’ ଯୋଜନାରେ ବର୍ତ୍ତମାନ ସୁଦ୍ଧା କେତେଜଣ ହିତାଧୀକାରୀ ସାମିଲ ହୋଇଛନ୍ତି ସେନେଇ ତାଲିକା ପ୍ରଦାନ କଲେ ରାଜ୍ୟ ସରକାର । କେଉଁ ଜିଲ୍ଲାରୁ କେତେ ଜଣ ‘କାଳିଆ’ ଯୋଜନାରେ ଉପକୃତ ହୋଇଛନ୍ତି ଜିଲ୍ଲାୱାରୀ ତାଲିକା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।


ରାଜ୍ୟ ସରକାରଙ୍କ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩୦ଲକ୍ଷ ୪୦ ହଜାର ୩୮ ଜଣ ହିତାଧୀକାରୀ ସାମିଲ ହୋଇ ଉକୃତ ହୋଇସାରିଛନ୍ତି ବୋଲି ରାଜ୍ୟ ସରକାର ଦେଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି । ତେବେ ଜିଲ୍ଲାୱାରୀ ଯଦି ଏହି ତାଲିକାକୁ ଅନୁଧ୍ୟାନ କରିଯାଏ ତାହାହେଲେ ମୟୂରଭଞ୍ଜରୁ ସର୍ବାଧିକ ୨ ଲକ୍ଷ ୨୭ ହଜାର ୭୦ ଜଣ ହିତଧାକାରୀ ସାମିଲ ହୋଇ ଲାଭବାନ୍ ହୋଇପାରିଛନ୍ତି । ଏହାପରେ ଗଞ୍ଜାମ ଜିଲ୍ଲାରୁ ମୋଟ୍ ୧ ଲକ୍ଷ ୯୦ ହଜାର ୪୯୮ ଜଣ ହିତାଧକାରୀ ସାମିଲ ହୋଇଥିବା ଏହି ସରକାରୀ ତାଲିକାରେ ଉଲ୍ଲେଖ ରହିଛି ।

ସେହିଭଳି ବାଲେଶ୍ୱର ଜିଲ୍ଲାର ୧ ଲକ୍ଷ ୮୨ ହଜାର ୪୭୫ ଜଣ ହିତାଧାକାରୀ କାଳିଆ ଯୋଜନାରେ ସାମିଲ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାରୁ ୧ ଲକ୍ଷ ୭୩ ହଜାର ୨୯୩ ଜଣ ହିତାଧିକାରୀ ସାମିଲ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଏହିଭଳି ଭାବେ ରାଜ୍ୟ ସମସ୍ତ ଜିଲ୍ଲାରୁ ମୋଟ୍ ୩୦ ଲକ୍ଷ ୪୦ ହଜାର ୩୮ ଜଣ ଚାଷୀ, କ୍ଷୂଦ୍ର ଚାଷୀ, ଭୂମିହୀନ ଚାଷୀ, ଓ ଭାଗଚାଷୀ ମାନେ ସାମିଲ ହୋଇ ଉପକୃତ ହୋଇପାଛନ୍ତି ବୋଲି ସରକାରୀ ଦସ୍ତାବିଜ କହୁଛି ।