ଶେଷରେ ଅଚେତ ହେଲା ‘ସୁନ୍ଦରୀ’ । ଯଶୋଦା ପିଠିରୁ ବାଘୁଣୀକୁ କରାଗଲା ଟ୍ରାଙ୍କୁଲାଇଜ୍

ସାତକୋଶିଆ ମଝିପଡ଼ା ଜଙ୍ଗଲରେ ବୁଲୁଥିଲା ‘ସୁନ୍ଦରୀ’

567

କନକ ବ୍ୟୁରୋ: ଶେଷରେ ଅଚେତ ହେଲା ସୁ୍ନ୍ଦରୀ । ଗତ ୨ ସପ୍ତାହ ଧରି ବନବିଭାଗକୁ ନାକେଦମ କରିଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି । ସୁନ୍ଦରୀ ଦେହରେ ନିଶ୍ଚେତକ ଗୁଳି ବାଜିଥିବା ସୂତ୍ରରୁ ଜଣାପଡିଛି । ଦିନ ୧୧ଟାରୁ ସାଢେ ୧୧ଟା ମଧ୍ୟରେ ସୁନ୍ଦରୀକୁ ନିଶ୍ଚେତକ ଦିଆଯାଇଥିବା ପିସିସିଏଫ ସୂଚନା ଦେଇଛନ୍ତି । ସୁନ୍ଦରୀକୁ ନିଶ୍ଚେତକ ଦିଆଯାଇ ରାଇଘରକୁ ନିଆଯାଉଛି । ଚନ୍ଦକାରୁ ଆସିଥିବା ହାତୀ ଯଶୋଦା ପିଠିରୁ ସୁନ୍ଦରୀକୁ ବିଶେଷଜ୍ଞ ଗୁଳି କରାଥିବା ସୂଚନା ରହିଛି ।

ସାତକୋଶିଆ ମଝିପଡା ଜଙ୍ଗଲରେ ସୁନ୍ଦରୀ ଥିବା ବେଳେ ବିଶେଷଜ୍ଞ ଦଳ ଯଶୋଦା ପୀଠିରୁ ଗୁଳି କରି ଟ୍ରାଙ୍କୁଲାଇଜ କରିଥିଲେ । ଏବେ ସୁନ୍ଦରୀକୁ ନନ୍ଦନକାନନକୁ ଅଣାଯିବ । ମଧ୍ୟପ୍ରଦେଶ ବାନ୍ଧବଗଡ ଜଙ୍ଗଲରୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜର କରି ସାତକୋଶିଆ ଅଣାଯାଇଥିଲା । ଦୀର୍ଘ ଦେଢମାସ ଧରି ସୁନ୍ଦରୀ ଏନକ୍ଲୋଜରରେ ରହିଥିଲା ।ଏହା ପରେ ଜଙ୍ଗଲରେ ଛଡାଯାଇଥିଲା । କିନ୍ତୁ ଜଙ୍ଗଲରେ ଛଡାଯିବା ପରେ ୨ ମଣିଷ ସମେତ ବାଛରୀକୁ ଆକ୍ରମଣ କରିଥିଲା ।

ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ଏହା ପରେ ସୁନ୍ଦରୀକୁ ଧରିବାକୁ ନାକେଦମ ହୋଇଥିଲା ବନବିଭାଗ ଓ ବିଶେଷଜ୍ଞ ଦଳ । ବହୁ ଉଦ୍ୟମ ପରେ ଶେଷରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜରେ ସକ୍ଷମ ହୋଇଛି ବିଶେଷଜ୍ଞ ଟିମ ।