ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଭାରତରେ କଡା ସୁରକ୍ଷା । ଅନେକ ସ୍ଥାନରେ ହାଇ ଆଲର୍ଟ ଜାରି

189

କନକ ବ୍ୟୁରୋ: ଇସ୍ରାଏଲ- ହମାସ୍ ଯୁଦ୍ଧ ଭିତରେ ଭାରତରେ ହାଇ ଆଲର୍ଟ ଜାରି ହୋଇଛି । ଭାରତରେ ଅବସ୍ଥାପିତ ଇସ୍ରାଏଲର କୂଟନୀତିଜ୍ଞ ଏବଂ ନାଗରିକଙ୍କ ସୁରକ୍ଷା ପାଇଁ ଭାରତରେ ସତର୍କସୂଚନା ଜାରି ହୋଇଛି । ତାଲିକାଭୁକ୍ତ ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା କଡାକଡି କରିବାକୁ ସଂଯୁକ୍ତ ସୁରକ୍ଷା ପ୍ରତିଷ୍ଠାନର ସୁରକ୍ଷାକୁ ମଜବୁତ୍ କରିବାକୁ ଆଲର୍ଟ କରାଯାଇଛି ।

ଜାତିସଂଘର ଜନୈକ ମୁଖପାତ୍ର କହିଛନ୍ତି ଯେ, ଆଜି ଗାଜାର ସମସ୍ତ ଲୋକଙ୍କୁ ସେହି ସହର ପୁରା ଖାଲି କରି ସୁରକ୍ଷିତ ସ୍ଥାନକୁ ପଳାଇଯିବାକୁ ସତର୍କସୂଚନା ଦେଇଛନ୍ତି । ଏହା ଭବିଷ୍ୟତରେ ଯୁଦ୍ଧ ଆହୁରି ଗମ୍ଭୀର ରୂପ ନେବ ବୋଲି ସୂଚନା ମିଳିଛି । ଏହା ଭିତରେ ଇସ୍ରାଏଲରେ ଥିବା ଭାରତୀୟଙ୍କୁ ମଧ୍ୟ ଉଦ୍ଧାର କରାଯାଇ ଭାରତ ଫେରାଇଅଣାଯାଇଛି । ଅପରପକ୍ଷେ ଭାରତର କିଛି ସ୍ଥାନରେ ଇସ୍ରାଏଲ ବିରୋଧୀ ନାରା ଦିଆଯାଉଥିବା ଘଟଣା ଘଟିଥିବାବେଳେ ଭାରତରେ ରହୁଥିବା ଇସ୍ରାଏଲ ନାଗରିକଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ସରକାର କଡା ସୁରକ୍ଷା ବ୍ୟବସ୍ଥା ଜାରି କରିଛନ୍ତି ।