କନକ ବ୍ୟୁରୋ : ଚ୍ୟାଲେଂଜ ହାରିବା ପରେ ନିଜ ନାଁ ବଦଳାଇଲେ ୟାଇଏସଆର କଂଗ୍ରେସ ନେତା । ଜନସେନା ମୁଖ୍ୟ ପୱନ କଲ୍ୟାଣ ଜିତିଲେ ୟାଇଏସଆର କଂଗ୍ରେସର ବରିଷ୍ଠ ନେତା ମୁଦ୍ରାଗଡା ପଦ୍ମନାଭ ନିଜ ନାଁକୁ କୋର୍ଟରେ ସତ୍ୟପାଠ ଦାଖଲ କରି ବଦଳାଇଛନ୍ତି । ନିର୍ବାଚନ ପୂର୍ବରୁ ପଦ୍ମନାଭ ଏନେଇ ପ୍ରତିଜ୍ଞା କରିଥିଲେ ଆଉ କହିଥିଲେ ଯଦି ସେ ପୱନ କଲ୍ୟାଣଙ୍କ ଜିତିବେ ତେବେ ସେ ନିଜ ନାଁ ବଦଳାଇବେ ।ପିଠାପୁରମ ନିର୍ବାଚନ ମଣ୍ଡଳୀରେ ପୱନ କଲ୍ୟାଣ ଓ ୟାଇଏସଆର କଂଗ୍ରେସ ପ୍ରାର୍ଥୀ ଗୀତା ବିଶ୍ବନାଥମ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।