କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ । ଏଟିଏମରେ ଟଙ୍କା ଜମା କରିବାକୁ ଆସିଥିବା ବେଳେ ଅଘଟଣ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ସାପ୍ତାହିକ ବଜାର ନିକଟ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ୍ ଠାରେ ଅଘଟଣ । ଟଙ୍କା ଭର୍ତ୍ତି ବାକ୍ସ ଓହ୍ଲାଇଲା ବେଳେ ଫୁଟିଲା ବନ୍ଧୁକ । ଜଣେ ମହିଳା ସମେତ ୩ ଗୁରୁତର ହୋଇଛନ୍ତି । ଆହତ ତିନି ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ସିଏମଏସ ଗାଡ଼ିରେ ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ ଆସିଥିବା ବେଳେ ବ୍ୟାଙ୍କ ନିକଟରେ ଗାଡିରୁ ଓହ୍ଲାଉଥିବା ବେଳେ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଅସାବଧାନତା କାରଣରୁ ଗୁଳି ଫୁଟିଥିଲା । ପାଖରେ ଛିଡା ହୋଇଥିବା ୩ ଜଣ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଦିଲୱାର ଗଞ୍ଜର ବାସିନ୍ଦା ମହମ୍ମଦ ଇଲିଆସ, ଜାମ୍ପପାଲିର ବାସିନ୍ଦା ସୀତା ଲାକ୍ରା, ଶାନ୍ତି ନଗରର ଅନୁରାସ ତନ୍ତୀ । ସମସ୍ତଙ୍କ ଅଵସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ନେଇ ସ୍ଥାନାନ୍ତରିତ କରାଯାଇଛି । ସୁରକ୍ଷାକର୍ମୀଙ୍କୁ ସ୍ଥାନୀୟ ବାସିନ୍ଦାମାନେ କାବୁ କରି ପୋଲିସର ଜିମା ଦେଇଛନ୍ତି । ଘଟଣାସ୍ଥଳରେ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।