ପୋଲିସ ପାରାର କାମ କଣ? ରାଜ୍ୟରେ ରହିଛନ୍ତି ୧୫୦ଟି ତାଲିମପ୍ରାପ୍ତ ପାରା

137

କନକ ବ୍ୟୁରୋ: ବର୍ତ୍ତମାନ ରାଜ୍ୟରେ ୨ଟି ପାରା କେନ୍ଦ୍ର ରହିଛି । କେନ୍ଦ୍ରୀୟ ଅଭିଜନନ କେନ୍ଦ୍ର କଟକ ଓ ଅନ୍ୟଟି ଅନୁଗୁଳଠାରେ ଥିବା ପୋଲିସ ତାଲିମ କେନ୍ଦ୍ର । ଏହି ୨ଟି କେନ୍ଦ୍ରରେ ମୋଟ ୧୫୦ଟି ପାରା ରହିଛନ୍ତି । ଏହି ପାରାଗୁଡିକ ରାଜ୍ୟସ୍ତରୀୟ ଉତ୍ସବ ଓ ଆନୁଷ୍ଠାନିକ ଉତ୍ସବରେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରସାର ପାଇଁ ନିୟୋଜିତ କରାଯାଇଥାଏ । ଏହି ପାରାଗୁଡିକୁ ୨୫ଟି ରାଜ୍ୟସ୍ତରୀୟ ଉତ୍ସବରେ ଉଡାଣ କରାଯାଇଥିଲା । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ୱେତପତ୍ରରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି ।

ସେହିପରି ରାଜ୍ୟରେ ପୋଲିସ ମୋଟର ପରିବହନ ସଦର କାର୍ଯ୍ୟାଳୟ କଟକଠାରେ ଅବସ୍ଥିତ । ଏହାସହ ସମ୍ବଲପୁର, ବ୍ରହ୍ମପୁରରେ ୨ଟି ରେଞ୍ଜ କର୍ମଶାଳା ଓ ରାଉରକେଲା, କୋରାପୁଟଠାରେ ୨ଟି ଆଞ୍ଚଳିକ କର୍ମଶାଳା ଏବଂ ଜିଲ୍ଲା ଓ ବାଟାଲିୟନ ସ୍ତରରେ ୧୦ଟି କ୍ଷୁଦ୍ର କର୍ମଶାଳା ଅଛି । ୨୦୨୧ ମସିହାରେ ପୋଲିସ ମୋଟର ପରିବହନର ବିଭିନ୍ନ କର୍ମଶାଳାରେ ୧୦,୩୦୪ଟି ବଡ ଧରଣର ଓ ୨୬, ୧୬୧ଟି ଛୋଟ ଧରଣର ମରାମତି କାମ କରାଯାଇଥିଲା ।