ଭାରତର ନାଗିକତା ଛାଡି କେଉଁଠି ରହୁଛନ୍ତି ଲୋକ? ୪୮ ଜଣ ପାକିସ୍ତାନକୁ କରିଛନ୍ତି ନିଜ ଠିକଣା

315

କନକ ବ୍ୟୁରୋ: ଏମିିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ଭାରତର ହୋଇ ମଧ୍ୟ ଦେଶ ଛାଡି ଅନ୍ୟ ଦେଶକୁ ଚାଲି ଯାଉଛନ୍ତି । ଆଉ ସେହି ଦେଶର ନାଗରକତ୍ୱ ମଧ୍ୟ ନେଇଯାଉଛନ୍ତି । କେହି ନିଜ ବ୍ୟବସାୟ ପାଇଁ ତ କେହି ନିଜ ଚାକିରି ପାଇଁ ଦେଶ ଛାଡି ଅନ୍ୟ ଦେଶରେ ବସବାସ କରୁଛନ୍ତି । ଗତ ୩ ବର୍ଷ ମଧ୍ୟରେ ୩ କୋଟି ୯୨ ଲକ୍ଷ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି । ସବୁଠାରୁ ଖାସ କଥା ହେଉଛି ଏହି ଭାରତୀୟମାନେ ୧୨୦ଟି ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି । ଏନେଇ କେନ୍ଦ୍ର ସରକାର ଲୋକସଭାରେ ରିପୋର୍ଟ ପ୍ରଦାନ କରିଛନ୍ତି ।

ଭାରତର ନାଗରିକତ୍ୱ ଛାଡିଥିବା ନାଗିରକ ମାନଙ୍କ ମଧ୍ୟରୁ ସର୍ବାଧିକ ୧ କୋଟି ୭୦ ଲକ୍ଷ ଲୋକ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି । ସେହିପରି ୪୮ ଜଣ ଲୋକ ଏମିତି ଅଛନ୍ତି ଯେଉଁମାନେ ପାକିସ୍ତାନର ନାଗରିକତ୍ୱ ନେଇଛନ୍ତି ।

୩ ବର୍ଷରେ ଦେଶର ନାଗରିକତ୍ୱ ଛାଡିଛନ୍ତି ୩, ୯୨, ୬୪୩ ଜଣ
୨୦୧୯, ୨୦୨୦, ୨୦୨୧ରେ ୩, ୯୨, ୬୪୩ ଜଣ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି । ଏଥି ମଧ୍ୟରୁ ୧, ୭୦, ୭୯୫ ଜଣ ଲୋକ ଆମେରିକା, ୬୪,୦୭୧ ଜଣ କାନାଡାର ନାଗରିକତ୍ୱ ନେଇଛନ୍ତି । ଏହାସହ ୫୮, ୩୯୧ ଜଣ ଅଷ୍ଟ୍ରେଲିଆ, ୩୫,୪୩୫ ଜଣ ୟୁକେ, ୧୨, ୧୩୧ ଜଣ ଇଟାଲୀ, ୮୮୨ ଜଣ ନ୍ୟୁଜିଲାଣ୍ଡ, ୭୦୪୬ ଜଣ ସିଙ୍ଗାପୁର, ୬,୬୯୦ ଜଣ ଜର୍ମାନୀ, ୩, ୭୫୪ ଜଣ ସ୍ୱଡେନ ଓ ୪୮ ଜଣ ପାକିସ୍ତାନ ନାଗରିକତ୍ୱ ଗ୍ରହଣ କରିଛନ୍ତି ।