ଦେଶରେ କମି କମି ଯାଉଛି ମାସ୍କର ବ୍ୟବହାର: ଚିନ୍ତା ପ୍ରକାଶ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ 

98

କନକ ବ୍ୟୁରୋ: ଭାରତରେ କମିଛି ମାସ୍କ ବ୍ୟବହାର । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରାଇଛି ସର୍ତକ । ମାସ୍କ ବ୍ୟବହାର କମୁଥିବା ନେଇ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ମାସ୍କ ବ୍ୟବହାର କମ ହୋଇଥିବା ତଥ୍ୟ ସରକାରଙ୍କ ଚିନ୍ତା ବଢାଇଛି । ଲୋକଙ୍କ ଖାମଖିଆଲି ମନୋଭାବ ସଂକ୍ରମଣକୁ ବଢାଇବାରେ ସହାୟକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଲୋକେ ଯଦି କରୋନା କଟକଣା କୁ ନ ମାନିବେ ତାହାଲେ ଆଗକୁ ପରିସ୍ଥିତି ଭିଷଣ ହୋଇପାରେ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପାଲ । ବର୍ତମାନ ଭାରତରେ ମଧ୍ୟ କରୋନା ନୂଆ ପ୍ରଜାତି ଓମିକ୍ରନ ବ୍ୟାପିବା ଆରମ୍ଭ କଲାଣି । ତେଣୁ କରୋନାର ଉଭୟ ଡୋଜ ନେବା ସହ ମାସ୍କ ବ୍ୟବହାରକୁ ଅତି ଗୁରୁତର ସହ ନେବାକୁ ଡାକ୍ତର ଭି.କେ ପାଲ କହିଛନ୍ତି ।