ସଂସଦ ସୁରକ୍ଷା ପ୍ରସଙ୍ଗ: ସରକାରକୁ ଘେରିଲେ ବିରୋଧୀ । ଆଜି ସକାଳ ୧୦ଟାରେ ଇଣ୍ଡିଆ ମେଣ୍ଟର ବୈଠକ ।

68

କନକ ବ୍ୟୁରୋ: ସଂସଦର ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ସରକାରକୁ ଘେରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଏହି ମାମଲାରେ ଜବାବ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଆଜି ଇଣ୍ଡିଆ ମେଣ୍ଟର ବୈଠକ ସକାଳ ୧୦ଟାରେ ବସିବାର ସୂଚନା ରହିଛି । ଏହି ବୈଠକରେ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ନିଜର ଆଭିମୁଖ୍ୟ ଆଲୋଚନା କରିବେ । ସେହିପରି ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବାର ମଧ୍ୟ ଯୋଜନା ରହିଛି ।

ତେବେ ମିଳିଥିବା ସୂଚନା ମୁତାବକ, ପାର୍ଲାମେଂଟ ଭିତରେ ପଶିଥିବା ଯୁବକ ହେଲେ ମନୋରଞ୍ଜନ ଓ ସାଗର । ପାର୍ଲାମେଂଟ ବାହାରେ ଧରାପଡିଥିବା ନୀଲମ ଓ ଅମୋଲଙ୍କ ପାଖରେ ମୋବାଇଲ ଫୋନ ନଥିବା ସୂଚନା ରହିଛି । ସେମାନଙ୍କ ନିକଟରୁ କୌଣସି ପରିଚୟପତ୍ର କିମ୍ବା ବ୍ୟାଗ ମିଳିନାହିଁ । କୌଣସି ସଙ୍ଗଠନ ସହ ସଂପୃକ୍ତ ଥିବା ଖବରକୁ ଉଭୟ ଅସ୍ୱୀକାର କରିଛନ୍ତି । ପୁରା ଷଡଯନ୍ତ୍ରରେ ୬ ଜଣ ସାମିଲ ଥିଲେ ୨ ଜଣ ପାର୍ଲାମେଂଟ ଭିତରେ ହଙ୍ଗାମା କରିଥିଲେ । ଅନ୍ୟ ୨ ଜଣ ପାର୍ଲାମେଂଟ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ଅଭିଯୁକ୍ତ ମନୋରଞ୍ଜନ ୩ ମାସ ହେଲା ପାର୍ଲାମେଂଟ ଭିତରେ ପଶିବାକୁ ଉଦ୍ୟମ କରିଥିଲେ ଏଥିପାଇଁ ସାଗରକୁ ବନ୍ଧୁ ବନାଇଥିଲେ ମନୋରଞ୍ଜନ ।