ନିଜକୁ ନାବାର୍ଡ଼ ଇଞ୍ଜିନିୟର କହି ଚାଷୀଙ୍କ ଠାରୁ ଲୁଟ୍: ବାଙ୍କି ଥାନାରେ ମାମଲା ପରେ ଧରା ପଡ଼ିଲା ଦଲାଲ

72

କନକ ବ୍ୟୁରୋ: ନିଜକୁ ନାବାର୍ଡ ଇଂଜିନିୟରର ପରିଚୟ ଦେଇ ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ । କଟକ ଡମପଡ଼ା ବ୍ଲକ ପାଥପୁର ମୌଜାର କିଛି ଚଷୀ ନିଜ ଜମିରେ ବୋରିଂ କରିବା ପାଇଁ ବ୍ଳକ କାର୍ଯ୍ୟାଳୟକୁ ଯାଇଥିଲେ । ଏହି ସମୟରେ ଯାଜପୁର ଜିଲ୍ଲା ରାହାମା ଅଂଚଳର ଅନିରୁଦ୍ଧ ସାହୁ ନିଜକୁ ନାବାର୍ଡ଼ ଇଂଜିନିୟର ପରିଚୟ ଦେଇ ୨୨ ହଜାର ୫୦୦ ଟଙ୍କାରେ ବୋରିଂ କରିଦେବେ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ପରବର୍ତି ସମୟରେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଫେରାର ମାରିଥିଲା । ଏନେଇ ଚାଷୀ ମାନେ ବାଙ୍କୀ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ଆଜି ବାଙ୍କୀ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।