ଡରାଉଛି କିଡନୀ ରୋଗ, ଗାଁ ଛାଡ଼ୁଛନ୍ତି ଲୋକ। ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ ବାବୁପାଲି ଗୌରଗୋଠ ଗାଁରେ ଆତଙ୍କ।

127

କନକ ବ୍ୟୁରୋ: ଗାଁରେ ମାଡୁଛି କିଡନୀ ରୋଗ । ଗାଁ ଛାଡୁଛନ୍ତି ଲୋକେ । ଜଣେ ପରେ ଜଣେ ରୋଗୀଙ୍କ କିଡନୀ ରୋଗରେ ମୃତ୍ୟୁ ପରେ ଗାଁରେ ଭୟରବାତାବରଣ । ସମ୍ବଲପୁର ଜିଲ୍ଲା ଯୁଯମରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗୌରଗୋଠ ଗାଁରେ ଆତଙ୍କ ଖେଳିଯାଇଛି । ଏଠାରେ ଦିନକୁ ଦିନ ବଢିବାରେ ଲାଗିଛି କିଡନୀ ରୋଗୀଙ୍କ ସଂଖ୍ୟା । ଏହି ଗାଁରେ ୫ ବର୍ଷରେ ୮ ଜଣ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି । ଖାଲି ସେତିକି ନୁହେଁ, ଏବେ ବି ୧୦ ଜଣ କିଡନୀ ରୋଗୀ ଜୀବନ ସହ ସଂଗ୍ରାମ କରୁଛନ୍ତି ।

ଗାଁ ଲୋକ ଭୟରେ ଗାଁ ଛାଡୁଛନ୍ତି । ପୂର୍ବରୁ ଏହି ପଡାର ଲୋକ ସଂଖ୍ୟା ୧୦୦ ଥିବା ବେଳେ ଏବେ ଗାଁରେ ମାତ୍ର ୬୦ ଜଣ ଲୋକ ରହୁଛନ୍ତି । ଗତ ୩ଦିନ ତଳେ ଜଣେ କଡିନୀ ରୋଗୀଙ୍କ ମୃତ୍ୟୁ ହୋଇଛି । କାହିଁକି ଏହି ଗାଁରେ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଛି ? କେଉଁ କାରଣ ପାଇଁ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଛି ? ତେଣୁ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଧିବାସୀ ଅନୁେରୋଧ କରିଛନ୍ତି ।
କାହିଁକି ବ୍ୟାପେ କିଡନୀ ରୋଗ?
ପ୍ରଦୂଷିତ ପାନୀୟ ଜଳ ବ୍ୟବହାର ଏହାର ଏକ କାରଣ
ପାନୀୟ ଜଳରେ ଅଧିକ ବିଷାକ୍ତ ପଦାର୍ଥ ଥିଲେ, କିଡନୀ ରୋଗ ସୃଷ୍ଟି କରେ
ଜଳରେ ଅଧିକ ଧାତବ ଅଂଶ ରହିବେ କିଢନୀ ରୋଗର ଆଶଙ୍କା ରହିଛି
ପ୍ରଦୂଷିତ ଖାଦ୍ୟ ଖାଇଲେ ବି କିଡନୀ ସମସ୍ୟା ହୋଇପାରେ
୨୦୧୯ର ତଥ୍ୟ ଅନୁସାରେ ରାଜ୍ୟରେ ୨ ଲକ୍ଷରୁ ଅଧିକ କିଡନୀ ରୋଗୀ ଥିଲେ
ଏମାନଙ୍କ ମଧ୍ୟରୁ ବର୍ଷକୁ ୩୦୦ରୁ ୪୦୦ଙ୍କ ମୃତ୍ୟୁ ଘଟୁଛି
କଟକ, ଯାଜପୁର, ବୌଦ୍ଧ, ଭଦ୍ରକ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ନୟାଗଡ଼, ମାଲକାନଗିରି, କନ୍ଧମାଳ ଓ ଝାରସୁଗୁଡ଼ାରୁ ଅଧିକ କିଡନୀ ସମସ୍ୟା ସାମ୍ନାକୁ ଆସୁଛି