ବରଗଡ ବନ୍ଦ ଘରେ ୪ ମୃତଦେହ ମିଳିବା ଘଟଣା: ପ୍ରାଥମିକ ତଦନ୍ତ ପରେ ନିଜ ଆଡ଼ୁ ହତ୍ୟା ମାମଲା ରୁଜୁକଲା ପୋଲିସ ।

ଘଟଣା ସ୍ଥଳରେ ସହ ସାଇଣ୍ଟିିଫିକ୍ ଟିମର ଛାନଭିନ୍

125

କନକ ବ୍ୟୁରୋ: ବରଗଡ଼ ଭେଡେନ୍ ଜାମଡୋଲ ଗାଁରେ ବନ୍ଦ ଘରୁ ୪ଣଙ୍କ ମୃତଦେହ ଘଟଣା ମିଳିବା ଘଟଣାରେ ତତ୍ପର ହୋଇଉଠିଛି ପୋଲିସ । ଏହି ଘଟଣାରେ ନିଜ ଆଡୁ ମାମଲା ଦାଏର କରିଛି । ଏହାସହ ଘଟଣାସ୍ଥଳରେ ମାଜିିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଛାନବିନ୍ କରିଛି ।

କନ୍ଦପଡ଼ାରେ ରହୁଥିବା ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ସ୍ୱାମୀ-ସ୍ତ୍ରୀ-ପୁଅ-ଝିଅ ବୋଲି ଜଣାପଡ଼ିଛି । ୬୫ ବର୍ଷୀୟ ଶେଷଦେବ ମେହେର, ତାଙ୍କ ପତ୍ନୀ ୬୦ ବର୍ଷୀୟା କ୍ଷୀରେଶ୍ୱରୀ ମେହେର, ୩୦ ବର୍ଷର ପୁଅ ଅରବିନ୍ଦ ମେହେର ଏବଂ ୨୨ ବର୍ଷର ଝିଅ ଶ୍ରୀବାଣୀ ମେହେରଙ୍କ ମୃତଦେହ ଘର ଭିତରେ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ସଂଧ୍ୟା ସମୟରେ ଲୋକ ଯିବାଆସିବା କରୁଥିବା ବେଳେ ସେହି ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ସଂଦେହ ପ୍ରକାଶ ପାଇଥିଲା । ପୁଲିସକୁ ଏ ନେଇ ଖବର ଦେବା ପରେ ଆଇଆଇସି ସଂଗୀତା ମହାପାତ୍ର, ଫାଣ୍ଡି ଅଧିକାରୀ, ଅତିରିକ୍ତ ତହସିଲଦାରଙ୍କ ସମେତ ୧ ପ୍ଲାଟୁନ୍ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ କରିଥିଲେ । ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଘର ପଛ ପଟୁ କବାଟ ବନ୍ଦ ଥିବାରୁ ଏହା ହତ୍ୟା ନା ଆତ୍ମହତ୍ୟା, ଏ ନେଇ ଜୋରଦାର ଚର୍ଚ୍ଚା ହେଉଛି । ସେପଟେ ପ୍ରାଥମିକ ତଦନ୍ତରେ ହତ୍ୟା ସନ୍ଦେହ କରିଛନ୍ତି ଏସପି ।