ଚୋରା ମଦ କାରବାର ଚଢଉ ବେଳେ ହଟହଟା ହେଲେ ପୋଲିସ ଓ ଅବକାରୀ ଟିମ୍। ପନିକି ଧରି ପୋଲିସ ଓ ଅବକାରୀ ଟିମ୍ ସହ ଯୁକ୍ତି ତର୍କ କଲେ ମହିଳା ।

58

କନକ ବ୍ୟୁରୋ: ତଦନ୍ତ କରିବାକୁ ଯାଇ ହଟହଟା ହେଲେ ପୋଲିସ ଓ ଅବକାରୀ ଟିମ । ଚୋରାମଦ କାରବାରରେ ସମ୍ପୃକ୍ତି ଅଭିଯୋଗ ନେଇ ଗଜପତି ମୋହନା ଥାନା ଅନ୍ତର୍ଗତ ଲବାରସିଂ ଶବର ସାହିର ରହୁଥିବା ଭାନୁମତି ଶବର ନାମକ ଜଣେ ମହିଳାଙ୍କ ଘରକୁ ଯାଇଥିଲେ ଏହି ଟିମ୍ । ମହିଳାଙ୍କ ଗେଟ୍ ସାମ୍ନାରେ ପୋଲିସ ଓ ଅବକାରୀ ଟିମ୍ ଛିଡ଼ା ହୋଇଥିବା ବେଳେ ମହିଳା ଜଣଙ୍କ ଗେଟ୍ ଖୋଲିନଥିଲେ । ଏବଂ ହାତରେ ପନିକି ଧରି ପୋଲିସ ଓ ଅବକାରୀ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ ।

ଭିତରପଟୁ ଗେଟ୍ ବନ୍ଦ କରି ପୋଲିସ ସହିତ ବଚସା କରିଥିଲେ । ଯୋରଜବରଦସ୍ତ ଘରେ ପଶିଲେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଫଳରେ ପୋଲିସ ଓ ଅବକାରୀ ଟିମ୍ ସେଠାରୁ ଫେରିଆସିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ମହିଳା ଜଣଙ୍କ ଚୋରା ମଦ ବେପାରରେ ସମ୍ପୃକ୍ତ ନାହାନ୍ତି, ପୋଲିସକୁ ଘର ଭିତରୁ ଯିବାକୁ ଦେଲେ ନାହିଁ କାହିଁକି ? ଘର ଭିତରେ ଏମିତି କ’ଣ ଥିଲା ଯେ, ପୋଲିସକୁ ପନିକି ଦେଖାଇବା ସହ ଆତ୍ମହତ୍ୟାର ଧମକ ଦେଇଥିଲେ ମହିଳା ।