ମାହାଙ୍ଗା ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ । କହିଲେ ଶୁଭ ବେଳା ଗଡ଼ିଯାଇଥିବାରୁ କାଲି କରିନଥିଲେ ନାମାଙ୍କନ ଦଖଲ ।

233

କନକବ୍ୟୁରୋ :ମାହାଙ୍ଗା ବିଧାନସଭାରୁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା । ବାପା ପ୍ରତାପ ଜେନାଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଙ୍କିତ । ତେବେ ଗତକାଲି ପ୍ରାର୍ଥୀପତ୍ର ଦାଖଲ ପାଇଁ ଆସିଥିଲେ କିନ୍ତୁ ଶୁଭ ମୁହୁର୍ତ ଗଡ଼ିଯାଇଥିବା କହି ନାମାଙ୍କନ ନଭରି ଫେରିଯାଇଥିଲେ ଅଙ୍କିତ । ଆଜି ପୁଣି ଆସି ନାମାଙ୍କନ ଦାଖଲ କରିଛନ୍ତି । ମାହାଙ୍ଗା ବିଧାନସଭା ଆସନରୁ ଏଥର ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ ଅଙ୍କିତଙ୍କୁ ଟିକେଟ ଦେଇଛି ବିଜୁ ଜନତା ଦଳ ।