ବଡମ୍ବାରରେ ଭିକେ ପାଣ୍ଡିଆନଙ୍କ ଦମଦାର ପ୍ରଚାର । କହିଲେ, ଟୁରିଷ୍ଟ ଲୋକଙ୍କୁ ଭିସା ଦେଇକି ବାହାର କରିଦିଅନ୍ତୁ । ମିଛ କହିବାରେ ବିରୋଧୀ ମାହିର ।

220

କନକ ବ୍ୟୁରୋ: ବଡମ୍ବାରେ ଭିକେ ପାଣ୍ଡିଆନଙ୍କ ଦମଦାର ପ୍ରଚାର । ବିରୋଧୀଙ୍କୁ ଟାର୍ଗେଟ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ପାଣ୍ଡିଆନ୍ । କହିଛନ୍ତି, ବିରୋଧୀମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି । ତେଣୁ ଟୁରିଷ୍ଟ ଲୋକଙ୍କୁ ଭିସା ଦେଇକି ବାହାର କରିଦିଅନ୍ତୁ । ଏ ମାଟି ପାଇଁ ସେମାନେ କାମ କରିପାରିବେନି । ମିଛ କହିବାରେ ସେମାନେ ମାହିର ।

ଏଥିସହିତ ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜୁନ୍ ୯ ତାରିଖରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି । ପୁଣିଥରେ ଲୋକଙ୍କ ସେବା କରିବେ । ସନ୍ତୃପ୍ତ ବାବୁ ଆଉ ଦେବୀ ବାବୁ ଦୁଇ ଜଣ ମିଶି ଯଦି ମିଶିକି କାମ କରିବେ ତେବେ ବଡମ୍ବା ନରସିଂହପୁର ନୂଆ ବଡମ୍ବା ନରସିଂହପୁର ହେବ । କଥାରେ ନୁହେଁ କାମରେ ବିଶ୍ୱାସ କରିବା । ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ, ପ୍ରଥମ ଦସ୍ତଖତ କରିବେ ବିଜୁଳି ବିଲ୍ ଛାଡ୍ କରିବେ । ଲୋକଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡିବନି । ଓଡିଶାର ୯୦ ପ୍ରତିଶତ ପରିବାର ଏଥିରେ ସାମିଲ ହେବେ ।

ଏଥିସହିତ ସେ କହିଛନ୍ତି, ଭୋଟ୍ ଦିନ ଏମିତି ଆପଣ ଆର୍ଶୀବାଦ କରିବେ । ଆପଣ ବିଜୁଳି ପାଇବେ, ବିରୋଧୀ ଦଳ କରେଣ୍ଟ ପାଇବେ । ନିର୍ବାଚନ ଆସିଲେ ବିରୋଧୀମାନେ ଚାଷୀ, ବୁଣାକାର ଭାଇମାନଙ୍କୁ ମନେପକାଉଛନ୍ତି । ହେଲେ ତାଙ୍କୁ ପଚାରିବେ ତେଲ ଦର ଆଉ ପେଟ୍ରୋଲ ଦର କଣ ହେଲା? କମିଲା କି? ରୋଜଗାର ଦେବେ ବୋଲି କହିଲେ, ହେଲାକି ? ମିଛ କହିବାରେ ସେମାନେ ମାହିର ।

ଲୋକଙ୍କୁ ଭୂଆଁ ବୁଲାଇବାକୁ ବିଜେପି ନେତୃମଣ୍ଡଳୀ ଗୋଟେ ବଢିଆ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଲେ ମାଗଣା ବିଜୁଳି ଦେବେ । ବିରୋଧୀ କହୁଛନ୍ତି ସୋଲାର ପ୍ୟାନେଲରେ ମାଗଣା ବିଜୁଳି ଦେବେ । ଏଥିପାଇଁ ୪୦-୫୦ ହଜାର ଖର୍ଚ୍ଚ ହେବ । ଦିନରେ ଲଣ୍ଠନ ଦେଖାଉଛନ୍ତି ବିରୋଧୀ । ଟୁରିଷ୍ଟ ଲୋକଙ୍କୁ ଭିସା ଦେଇକି ବାହାର କରିଦିଅନ୍ତୁ । ଏ ମାଟି ପାଇଁ ସେମାନେ କାମ କରିପାରିବେନି । କିଛି ବିଜେପିର କୁଜି ନେତା କହୁଛନ୍ତି ନରସିଂହପୁରରେ ଫରେଷ୍ଟ ଜାଗାରେ ଉଚ୍ଛେଦ କରାଯିବ । ସେମାନେ ଚାହିଁଲେ ବି ଉଚ୍ଛେଦ କରିପାରିବେନି । ନବୀନ ବାବୁ ଥିଲା ପର୍ଯ୍ୟନ୍ତ କାହା ଉପରେ ଅନ୍ୟାୟ ହେବାକୁ ଦେବେ ନାହିଁ ।