କୋରାପୁଟରୁ ଧରାପଡିଲା ୯୦ କେଜି ଗଞ୍ଜେଇ । ଚୋରାଚାଲାଣ ବେଳେ ଧରିଲା ପୋଲିସ । ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ।

89

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ୁଥିବା ବେଳେ ମାଛକୁଣ୍ଡ ପୋଲିସ ୯୦ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ତେବେ ପୋଲିସକୁ ଚକମା ଦେଇ ଫେରାର ହେବା ବେଳେ ମାଛକୁଣ୍ଡ ପୋଲିସ ଗଞ୍ଜେଇ ଗାଡ଼ିକୁ ପିଛା କରିଥିଲା । ପୋଲିସକୁ ଦେଖି ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ ମାଫିଆ । କାରରୁ ୫ଟି ଜରି ବ୍ୟାଗରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ବେଳେ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପୋଲିସ ଏନଡିପିଏସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।