ଜମି ଅଛି କିନ୍ତୁ ଦଖଲ କରିପାରୁନାହାଁନ୍ତି ମାଲିକ । ୧୯୮୨ ଲାଗୁ ହୋଇଥିବା ‘ଚକବନ୍ଦୀ’ ବ୍ୟବସ୍ଥାକୁ ନେଇ ତେଜୁଛି ଅସନ୍ତୋଷ

230

କନକ ବ୍ୟୁରୋ : ଜମିର କାଗଜପତ୍ର ଅଛି । ହେଲେ ଚାଷ କରିପାରୁଛନ୍ତି ନା କାହାକୁ ବିକ୍ରି କରିପାରୁଛନ୍ତି । ଏପରିକି ଜମି କେଉଁଠି ଅଛି ତାହା ମାଲିକଙ୍କୁ ଜଣାନାହିଁ । ନିଜ ନାଁରେ ପଟ୍ଟା ଥିଲେ ମଧ୍ୟ ଜମିର ଦଖଲ କରିପାରୁନାହାଁନ୍ତି ଲୋକେ । ଜଣେ କି ଦୁଇ ଜଣ ନୁହେଁ ଅନୁଗୁଳ ଉପଖଣ୍ଡର ୯୨ ଖଣ୍ଡ ଗାଁର ଲକ୍ôଷାଧିକ ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନୁଗୁଳରେ ଲାଗୁ ହୋଇଥିବା ‘ଚକବନ୍ଦୀ’ ଆଇନ ଯୋଗୁ ପଟ୍ଟା ଥାଇ ମଧ୍ୟ ଦଖଲ କରିପାରିନାହାଁନ୍ତି ଲୋକେ । ଯାହାକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୯୮୨ ଅନୁଗୁୁଳୁରେ ‘ଚକବନ୍ଦୀ’ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଏହି ଆଇନ ବଳରେ ବିକ୍ଷିପ୍ତଭାବେ ଜମିକୁ ଚାଷୀଙ୍କ ମଧ୍ୟରେ ବଂଟାଯାଇଥିଲା ।

ବନରପାଳ ଓ ଛେଣ୍ଡିପଦା ଅଂଚଳର ୯୨ ଗାମବାସୀଙ୍କୁ ଏହି ବ୍ୟବସ୍ଥାରେ ଜମି କାଗଜପତ୍ର ଧରାଇ ଦିଆଯାଇଥଲା । କିନ୍ତୁ କେଉଁଠି କାହା ଜମି ଅଛି ସେନେଇ କିଛି ସୂଚନା ଦିଆଯାଇନଥିଲା । ତେଣୁ ଯିଏ ଯେଉଁ ଜାଗାକୁ ଦଖଲରେ ନେଇପାରିଲେ ନେଲେ । କିନ୍ତୁ ଏବେ ସେମାନେ ଯେଉଁ ଜମିର ମାଲିକ ତାର କାଗଜପତ୍ର ଆଉ କାହା ପାଖରେ ଅଛି । ପ୍ରଶାସନ ସମସ୍ୟାର ସମାଧାନ କରୁନଥିବା ବେଳେ ଆନ୍ଦୋଳକୁ ଓହ୍ଲାଇଛି ଚାଷୀ ସୁରକ୍ଷା ମଂଚ । ଚାଷୀମାନେ ସହର ପରିକ୍ରମା କରିବା ସହ ତହସିଲ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛନ୍ତି ଚାଷୀ ।

ଚକବନ୍ଦୀ ବ୍ୟବସ୍ଥା ଉଠାଇଦେଲେ ଚାଷୀମାନେ ଜମି ଦଖଲକୁ ନେଇ ପାରିବେ ବୋଲି ଦାବି କରିଛନ୍ତି । ହେଲେ ସମସ୍ୟାର ସମାଧାନ ଦିଗରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର ରହିଛି ।