ନକଲି କୀଟନାଶକକୁ ସାବଧାନ । ଔଷଧ ଛିଞ୍ଚିବା ପରେ ସବୁଜରୁ ନାଲି ପଡିଗଲା ଏକର ଏକର ଚାଷ ଜମି

132

କନକ ବ୍ୟୁରୋ : କୃଷି କାର୍ଯ୍ୟରେ ଔଷଧ, କୀଟନାଶକ ବ୍ୟବହାର ଏବେ ଆବଶ୍ୟକ ହୋଇପଡିଲାଣି । କିନ୍ତୁ ନକଲି କୀଟନାସକ ଯେ କେତେ ଭୟଙ୍କର ହୋଇପାରେ ତାର ଚିତ୍ର ସାମ୍ନାକୁ ଆସିଛି । କୀଟନାଶକ ଛିଂଚିବା ପରେ ସବୁଜ ଧାନ କ୍ଷେତ ନାଲି ପଡିଯାଇଛି । ଧାନରୁ ଗଛରୁ ବାହାରିଥିବା ଥୋଡ ସବୁ ଜଳିଯାଇଛି । ବାଲେଶ୍ୱର ଭୋଗରାଇ ବ୍ଲବ ବ୍ରାହ୍ମଣଦା ପଂଚାଯତର କସିଆ ଗାଁରେ ଏକର ଏକର ଜମିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ସାର ଦୋକାନୀଙ୍କ ପରାମର୍ଶ କ୍ରମେ ଚାଷୀମାନେ ୬ ପ୍ରକାରର ଔଷଧ ବିଶାଇ ଛିଂଚନ କରିବା ପରେ ଧାନ ଗଛ ପୋଡିଯାଇଛି ।

ବାଲେଶ୍ୱର ଭୋଗରାଇ ଅଂଚଳରେ ବିନା ଲାଇସେନ୍ସରେ ମାଳ ମାଳ ବେଆଇନ ରାସାୟନିକ ସାର ଓ କୀଟନାଶକ ଦୋକାନ ଖେଲାଯାଇଛି । କିନ୍ତୁ କୃଷି ବିଭାଗର ଅବହେଳା ଯୋଗୁ ନୀରିହ ଚାଷୀ ବଳିପଡୁଛନ୍ତି । ସ୍ଥାନୀୟ କସିଆ ଗାଁର ଚାଷୀ ନୀଳକଣ୍ଠ, ଶ୍ରୀକଣ୍ଠ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ୬ ମାଣ ବିଲ ଚାଷ କରିଥିଲେ । ଧାନ ଗଛ ପୁରା ନଷ୍ଟ ହୋଇଯାଇଥିବା ବେଳେ ଧାନ ବିକି ବର୍ଷ ସାରା ଘର ଚଳାଇବାକୁ ଯୋଜନା କରିଥିବା ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି । କିନ୍ତୁ ଯେଉଁ ସାର ଦୋକାନୀଙ୍କ ପରାମର୍ଶ କ୍ରମେ ସେମାନେ କୀଟନାସନ ପକାଇଥିଲେ ତାର ଲାଇସେନ୍ସ ଥିବା କହିଛି କୃଷି ବିଭାଗ ।

ତେବେ ଔଷଧ ପକାଇବା ପରେ କାହିଁକି ଏକର ଏକର ଧାନ ଜମି ନଷ୍ଟ ହୋଇଗଲା ତାର ତଦନ୍ତ କରିବା ସହ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଲୋକେ ।