ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ କ୍ୱାର୍ଟରରେ ପହଞ୍ଚିଲେ ଜିଏ ଅଧିକାରୀ: ଭିତରର ସ୍ଥିତି ଅନୁଧ୍ୟାନ ପରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦେବେ ରିପୋର୍ଟ

3,512

କନକ ବ୍ୟୁରୋ: ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ କ୍ୱାର୍ଟରେ ପହଂଚିଲେ ଜି.ଏ ଅଧିକାରୀ । ଜିଏ ବିଭାଗର ଅଧିକାରୀ ପହଂଚି ବାସଭବନ ଭିତରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସରକାରୀ ବାସଭବନ ବୁଲି ଦେଖିବା ସହ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି । ସେପଟେ ଆବଂଟିତ ହୋଇଥିବା ସରକାରୀ କ୍ୱାର୍ଟର ଭଂଗା ଘଟଣାରେ ମୁହଁ ଖୋଲିଲେ ପ୍ରଣବ ପ୍ରକାଶ ଦାଶ । ବିଜେଡିର ସାଂଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ କହିଛନ୍ତି, ୧୫ ତାରିଖ ଯାଏ ଏହି କ୍ୱାର୍ଟର ତାଙ୍କ ପାଖରେ ରହିଛି । ସେ ଯେପରି କ୍ୱାର୍ଟର ପାଇଥିଲେ ସେହିପରି ଫେରାଇବେ । ଏହା ତାଙ୍କର ଦାୟିତ୍ୱ । ତେଣୁ କ୍ୱାର୍ଟରର ପୂର୍ବ ଅବସ୍ଥା ଫେରାଇ ଅଣାଯିବ ପାଇଁ ଭଂଗା ହେଉଛି ବୋଲି ଜଣାପଡିଛି । ବବି ଦାଶ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ । ଦଳୀୟ କାମ ପାଇଁ ଅନେକ ଲୋକ ସରକାରୀ କ୍ୱାର୍ଟରକୁ ଆସୁଥିଲେ । ତେଣୁ ଆବଶ୍ୟକ ଅନୁମତି ଅନୁଯାୟୀ କ୍ୱାର୍ଟର ଭିତରେ ଘର ବଢାଇଥିଲେ । ଏବେ ପ୍ରଣବଙ୍କ କ୍ୱାର୍ଟର ଗେଟରେ ତାଲା ପଡିଛି । ଭିତରେ କିଛି ଶ୍ରମିକ ଘର ଭାଂଗୁଛନ୍ତି ।