କୋଭିଡ ପ୍ରଳୟ ଭିତରେ ଚୀନ ସରକାରଙ୍କ ବଡ ଘୋଷଣା । ଜାନୁଆରୀ ୮ ତାରିଖରୁ ଖୋଲାଯିବ ସମସ୍ତ ସୀମା

1,500

କନକ ବ୍ୟୁରୋ : ଚୀନରେ କରୋନା ସ୍ଥିତି ଭୟଙ୍କର ହୋଇଛି । ଗତ ୨୦ ଦିନରେ ୨୫ କୋଟି ଲୋକେ ସଂକ୍ରମିତ ହେଲେଣି । ଦେଶରେ ଜିରୋ କୋଭିଡ ନୀତି ହଟିବା ପରଠୁ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି । ଆଉ ଏହାରି ଭିତରେ ପୁଣି ଏକ ବଡ ନିଷ୍ପତି ନେଇଛନ୍ତି ସରକାର । ଆଗକୁ ଚୀନର ସମସ୍ତ ବର୍ଡର ଖୋଲା କରାଯିବାକୁ ନିଷ୍ପତି ହୋଇଛି । ୩ ବର୍ଷ ପୂର୍ବେ ବନ୍ଦ ରହିଥିବା ସୀମାକୁ ଖୋଲି ଦିଆଯିବ । ଏଥିସହ ୮ ଜାନୁୟାରୀରୁ ଦେଶକୁ ଆସୁଥିବା ଲୋକଙ୍କ ପାଇଁ କୌଣସି କ୍ୱାରେଟାଇନ୍ କଟକଣା ରହିବ ନାହିଁ ବୋଲି କହିଛନ୍ତି ଜିନପିଙ୍ଗ ସରକାର । ଦେଶରେ ଅର୍ଥବ୍ୟବସ୍ଥା ଦୁର୍ବଳ ହୋଇପଡୁଥିବାରୁ ଏବେ କୋଭିଡ ସହ ଆଗକୁ ବଢିବା ନେଇ ନିଷ୍ପତି ନେଇଛନ୍ତି ଜିଙ୍ଗପିଙ୍ଗ ସରକାର ।

ଚୀନର ଏହି ନିଷ୍ପତି ପରେ ଆଗକୁ ସଂକ୍ରମଣ କ୍ଷିପ୍ର ଗତିରେ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଏଥିସହ ପ୍ରତିଦିନ ହଜାର ହଜାର ସଂଖ୍ୟାକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି, ଏଥିପାଇଁ ହସ୍ପିଟାଲ ଆଗରେ ଡେଥ୍ ସାର୍ଟିଫିକେଟ୍ ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି । ସେପଟେ ଝେଜିଆଙ୍ଗ ପ୍ରଦେଶରେ ବି ଗୋଟିଏ ଦିନରେ ଲକ୍ଷେରୁ ଅଧିକ ଆକାନ୍ତ ଚିହ୍ନଟ ହୋଇଛନ୍ତି । ଝେଜିଆଙ୍ଗ ପ୍ରଦେଶ ହେଉଛି ଚୀନର ପ୍ରମୁଖ ସହର । ଏଠାରେ ଚୀନର ସର୍ବବୃହତ ଇ-କମର୍ସ କମ୍ପାନୀ ଓ ଅନ୍ୟାନ ଟେକ୍ନୋଲୋଜୀ କମ୍ପାନୀ ରହିଛି । ଏଥିସହ ବିଭିନ୍ନ ବିଦେଶୀ କମ୍ପାନୀ ଏଠାରେ ରହିଥିବାରୁ ବିଶ୍ୱ ଉତ୍ପାଦନ ଓ ଯୋଗାଣ ଉପରେ ଏହାର ପ୍ରଭାବ ପକାଇବାର ବିପଦ ରହିଛି ।