କୋଭିଡ୍ ସ୍ଥିତି ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । କହିଲେ ଆଗାମୀ କିଛି ଦିନ ଗୁରୁତ୍ୱପୂର୍ଣ୍ଣ ।

153

କନକ ବ୍ୟୁରୋ: ସାରା ଦେଶରେ ଏବେ କୋଭିଡର ତୃତୀୟ ଲହର ଚାଲିଛି । ଗତ ୭ ଦିନ ହେଲା ରାଜ୍ୟରେ ୧୦ରୁ ୧୧ ହଜାର ପଜିଟିଭ୍ କେସ୍ ସାମ୍ନାକୁ ଆସୁଛି । ତେବେ ଓମିକ୍ରନ୍ ପାଇଁ ହିଁ ସଂକ୍ରମଣ ବୃଦ୍ଧି ପାଇଛି । ହେଲେ ଏଥିରେ ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ । ବୁଧବାର ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତକାଲି ମୁଖ୍ୟମନ୍ତ୍ରୀ କୋଭଇଡ୍ ସ୍ଥିତି ନେଇ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାତ୍ର ୭ ଦିନ ଭିତରେ ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି । ହେଲେ ଏବେ ମାତ୍ର ୨ ପ୍ରତିଶତ କୋଭିଡ୍ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ରାଜ୍ୟର ହସ୍ପିଟାଲ ଗୁଡିକ ଏବେ ଯଥେଷ୍ଟ ଭାବେ ଫାଙ୍କା ଅଛି । ତେଣୁ କେହି ବି ଲୋକ ଭୟଭୀତ ହୁଅନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ତେବେ କେହି ବି ଲୋକ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । କୋଭିଡ୍ ଗାଇଡଲାଇନର ସଠିକ୍ ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।