ଇକୋ ରିଟ୍ରିଟ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ଆଜିଠୁ ୩ ମାସ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ

156

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଇକୋ ରିଟ୍ରିଟ୍କୁ ଉଦ୍ଘାଟନ କରିଛନ୍ତି । କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡୀ ମୁହାଣ ନିକଟରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଇକୋ ରିଟ୍ରିଟ୍ ତିନି ମାସ ପର୍ଯ୍ୟନ୍ତ ଚାଲିବ । ପ୍ରାକୃତିକ ପରିବେଶରେ ଅନନ୍ୟ ଅନୁଭୂତି ନେବେ ପର୍ଯ୍ୟଟକ ।

ସେହିପରି କୋଣାର୍କ ପରି ଭିତରକନିକାରେ ମଧ୍ୟ ଆରମ୍ଭ ହେବ ଇକୋ ରିଟ୍ରିଟ୍ । ଆଜିଠୁ ଭିତରକନିକାର ପେଣ୍ଠ ସମୁଦ୍ର ବେଳାଭୂମିରେ ଇକୋ ରିଟ୍ରିଟ୍ ଆୟୋଜିତ ହେବ । ପର୍ଯ୍ୟଟକଙ୍କ ପାଇଁ ଅସ୍ଥାୟୀ ତମ୍ବୁ ନିର୍ମାଣ କରାଯାଇଛି । ଦିନ ବେଳା ପର୍ଯ୍ୟଟକମାନେ ଭିତରକନିକାର ପ୍ରକାୃତିକ ଶୋଭା ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ।