ଜିଓର ବମ୍ପର ପ୍ୟାକେଜ୍ । ମାତ୍ର ୧ ଟଙ୍କାରେ ୩୦ ଦିନର ଭ୍ୟାଲିଡିଟି ପ୍ୟାକ୍ ।

1,484

କନକ ବ୍ୟୁରୋ: ରିଲାଏନ୍ସ ଜିଓ ଲଞ୍ଚ କରିଛି ନୂଆ ପ୍ରିପେଡ୍ ପ୍ୟାକ୍ । ଜିଓର ଏହି ନୂଆ ଭ୍ୟାଲିଡିଟି ୩୦ ଦିନ । ହେଲେ ଦାମ ମାତ୍ର ୧ଟଙ୍କା । ଏହା ବ୍ୟତୀତ ଏହି ପ୍ଲାନରେ ରହିଛି ଆହୁରି କିଛି ସୁବିଧା, ଯାହା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଉପାଦେୟ ହେବ ବୋଲି କୁହାଯାଉଛି ।

ରିଲାଏନ୍ସ ନିକଟରେ ନିଜର ପ୍ରିପେଡ ପ୍ଲାନ୍ ଗୁଡିକର ଦର ବୃଦ୍ଧି କରିଛି । ହେଲେ ଅନ୍ୟପଟେ ଏହାପରେ କିଛି ନୂଆ ପ୍ଲାନ୍ ମଧ୍ୟ ଲଂଚ କରିଛି । ଯଦିଓ ଏ ବାବଦରେ ଜିଓ ନିଜ ୱେସାଇଟରେ ଲିଷ୍ଟ କରିନାହିଁ କିନ୍ତୁ ଚୁପଚାପ୍ ଏସବୁ ନୂଆ ପ୍ଲାନ୍ ଲଞ୍ଚ କରୁଛି । ନିକଟରେ ୧୧୯ ଟଙ୍କାର ପ୍ଲାନ୍ ଲଞ୍ଚ କରିଥିଲା । ଏବେ ଟଙ୍କିକିଆ ପ୍ଳାନ୍ ଆଣିଛି । ଏହି ପ୍ଲାନ୍ ଜିଓ ମୋବାଇଲ ଆପରେ ଦେଖାଯାଇପାରିବ । ଏହି ପ୍ୟାକକୁ ଆପଣ ଭାଲ୍ୟୁ ସେକ୍ସନରେ ଦେଖିପାରିବେ ।

ଜାଣନ୍ତୁ ଏହି ଟଙ୍କିକିଆ ପ୍ଲାନ ବିଷୟରେ:

ଏହି ୧ ଟଙ୍କିଆ ଜିଓ ପ୍ଳାନ୍ ୧୦୦ ଏମବି ଡାଟା ସହ ଆସୁଛି । ଏହି ପ୍ଲାନର ବୈଧତା ୩୦ ଦିନ । ଏହାକୁ ୧୦ ଥର ରିଚାର୍ଜ କଲେ ଆପଣଙ୍କୁ ପାଖାପାଖି ୧ ଜିବି ଡାଟା ମିଳିଯିବ । ଏହାର ଅର୍ଥ ଆପଣ କେବଳ ୧୦ ଟଙ୍କାରେ ୩୦ ଦିନ ପାଇଁ ୧ଜିବି ଡାଟା ପାଇପାରିବେ । ଏହା କମ୍ପାନୀର ୧୫ ଟଙ୍କିଆ ୧ଜିବି ୪ଜି ଡାଟା ଭାଉଚରରୁ ଉପଲବ୍ଧ କରାଯାଇପାରିବ । ଜିଓର ପ୍ଲାନ ଦର ବୃଦ୍ଧି ପରେ ଜିଓ ୧୫ ଟଙ୍କାରେ ୧ ଜିବି ଡାଟା ଦେଉଛି । ୧୦୦ ଏମବି ଡାଟା ଶେଷ ହେବା ପରେ ଏହାର ସ୍ପିଡ କମିଯାଇ ୬୪ କେବି ବିପିଏସ ହୋଇଯିବ ।

ଜିଓର ଟଙ୍କିକିଆ ପ୍ରିପେଡ ପ୍ଲାନ ଏବେ ଦେଶରେ ସବୁଠୁ ଶସ୍ତା ପ୍ରିପେଡ ପ୍ଲାନ୍ । ଏହା ସ୍ୱଳ୍ପ ରୋଜଗାରକ୍ଷମ ଗ୍ରାହକଙ୍କୁ ସୁହାଇବା ଭଳି ପ୍ଲାନ୍ । ୧୦୦ ଏମବି ଡାଟାର ଏହି ପ୍ଲାନ୍ ଗ୍ରାହକଙ୍କୁ ୩୦ ଦିନ ପାଇଁ ଉପଲବ୍ଧ କରାଯାଉଛି । ଏପରି ସ୍ଥଳେ ଯଦି କାହାରିକୁ ଏଥିରୁ ଅଧିକ ଡାଟା ଆବଶ୍ୟକ ପଡେ ତେବେ ଏହି ପ୍ଲାନକୁ ୪ଥର ରିଚାର୍ଜ କରିବାକୁ ପଡିବ । ଏହା ଫଳରେ ସେମାନଙ୍କୁ ଆଉ ଅଧିକ ଡାଟା ସମ୍ପନ୍ନ ପ୍ୟାକ କିଣିବାକୁ ପଡିବ ନାହିଁ । ଜିଓ ବ୍ୟତୀତ ଅନ୍ୟ କୌଣସି ଟେଲିକମ କମ୍ପାନୀ ଏତେ ଶସ୍ତାରେ ପ୍ୟାକେଜ୍ ଦେଉନାହାଁନ୍ତି ।