ସୋରୁମ ଭିତରକୁ ମାଡିଗଲା ବ୍ଲକ ଟ୍ରନର । ଟ୍ରାକ୍ଟର , ବାଇକ୍ ଚୁରମାର, ଦୁଇ ଡ୍ରାଇଭର ଗୁରୁତର

122

କନକ ବ୍ୟୁରୋ : ଚକା ଫାଟିବାରୁ ସୋରୁମ ଭିତରକୁ ମାଡିଗଲା ବ୍ଲକ ଟ୍ରନର । କଳାହାଣ୍ଡି କେସିଙ୍ଗା ଥାନା ଜାତୀୟ ରାଜପଥ ୨୬ରେ କଡରେ ଥିବା ବଜାରରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ଲାଞ୍ଜିଗଡ ବେଦାନ୍ତକୁ ଯାଉଥିବା ବ୍ଲକ ଟ୍ରନରର ଚକା ଫାଟିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଚକା ଫାଟିବା ପରେ ରାସ୍ତାରେ ଥିବା ଏକ ଟ୍ରାକ୍ଟରକୁ ପ୍ରଥମେ ଧକା ଦେଇଥିଲା ଟ୍ରନର ।
ରାସ୍ତା ଉପରେ ଥିବା ଆଉ କିଛି ଛୋଟ ଗାଡି ଉପରେ ମାଡି ଯାଇଥିଲା । ତାପରେ ଜିନ୍ନ ସୋରୁମ ଭିତରକୁ ପଶି ଯାଇଥିଲା ଟ୍ରନର । ଦୁର୍ଘଟଣାରେ ଟ୍ରାକ୍ଟରଟି ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଯାଇଥିବାବେଳେ , କେତେକ ବାଇକ୍ ନଷ୍ଟ ହୋଇଛି । ଦୁଇ ଗାଡିର ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ସୌଭାଗ୍ୟ ବସତଃ ସୋରୁମରେ ଥିବା କୌଣସି ଲୋକଙ୍କର କିଛି କ୍ଷତି ହୋଇ ନାହିଁ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।