ସମ୍ବଲପୁରର ଗୋବିନ୍ଦପୁର ଲ୍ୟାମ୍ପ୍ସରେ ଅଗ୍ନିକାଣ୍ଡ । ଜଳିଗଲା କମ୍ପ୍ୟୁଟର ସମେତ ସମସ୍ତ ରେଜିଷ୍ଟ୍ରାର ଓ କାଗଜପତ୍ର

115

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଳା ବାମରା ବ୍ଲକ ଗୋବିନ୍ଦପୁର ଲ୍ୟାମ୍ସରେ ଅଗ୍ନିକାଣ୍ଡ । ନିଆଁ ଲାଗି ଲ୍ୟାମ୍ପସରେ ଥିବା କମ୍ପ୍ୟୁଟର, ଲୋନ୍ ରେଜିଷ୍ଟର, ଓ ଅନ୍ୟାନ୍ୟ ରେଜିଷ୍ଟର ସମେତ ଭିତରେ ଥିବା ଅନ୍ୟାନ୍ୟ ଆସବାବ ପତ୍ର ଜଳି ଯାଇଛି । ଗତ ରାତି ପ୍ରାୟ ୮ ଟାବେଳେ ଏହି ଅଗ୍ନିକାଣ୍ଡ ଘଟିଛି ।
ଅଫିସ ଭିତରୁ ଧୁଆଁ ବାହାରୁ୍ଥିବା ଦେଖି ଲୋକେ ଗୋବିନ୍ଦପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥ୍ଳରେ ପହଁଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲା । ହେଲେ ନିଆଁ ଲିଭାଇବାବେଳକୁ କାର୍ଯ୍ୟାଳୟ ଭିତରେ ଥିବା ସମସ୍ତ ଆସବାବ ପତ୍ର ଜଳି ଯାଇଥିବା ଦେଖିବାକୁ ମିଳିଛି । ରବିବାର ହୋଇଥିବାରୁ ଲ୍ୟାମ୍ପସ ବନ୍ଦ ଥିଲା । ତେଣୁ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ବିଦ୍ୟୁତ୍ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।