ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ । ଟସ୍ ଜିତିଲେ ଅଧିନାୟକ ରୋହିତ ଶର୍ମା । ପ୍ରଥମେ ବୋଲିଂ କରିବାକୁ ନେଲେ ନିଷ୍ପତ୍ତି ।

89

କନକ ବ୍ୟୁରୋ: କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆରେ ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଇଂଲଣ୍ଡ ଦଳ । ତେବେ ଟି-୨୦ରେ ସଫଳତା ପାଇବା ପରେ ଏହି ସଫଳତା ଧାରାକୁ ଦିନିକିଆ ସିରିଜରେ ମଧ୍ୟ ଜାରି ରଖିବାକୁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି ।

ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଉପରେ ନଜର ପକାଇଛି। ଆଜିଠୁ ଆରମ୍ଭ ହେଉଥିବା ଏହି ଶୃଙ୍ଖଳାରେ ନିର୍ଭୀକ କ୍ରିକେଟ୍ ଖେଳିବା ଲକ୍ଷ୍ୟରେ ରହିଛି ରୋହିତ ସେନା। ତେବେ ଟ୍ବେଣ୍ଟି-୨୦ ସଫଳତା ଧାରାକୁ ଏକଦିବସୀୟକୁ ଲମ୍ବାଇବାକୁ ହେଲେ ବିଶ୍ବବିଜେତା ଇଂଲଣ୍ଡର ଦୁର୍ବଳତା ବୁଝି ସେହି ଅନୁସାରେ ଖେଳିବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଆଗକୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଥିଲେ ମଧ୍ୟ ଭାରତ ପାଇଁ ଏହି ୫୦ ଓଭରିଆ ଶୃଙ୍ଖଳାର ଢେର ଗୁରୁତ୍ବ ରହିବ ବୋଲି ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରି ଦେଇଛନ୍ତି।

ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଜଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧି କ୍ରିଷ୍ଣା