ବିଧାନସଭା ଘେରିବେ ଦୁଇ ଶିକ୍ଷକ ସଂଗଠନ : ସାମିଲ ହେବେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ନୂତନ ପେନସନଭୁକ୍ତ ଶିକ୍ଷକ ଓ ଶିକ୍ଷା ସହାୟକ

25

କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଆଜି ବିଧାନସଭା ଘେରିବେ ଦୁଇ ଶିକ୍ଷକ ସଂଗଠନ । ନୂତନ ପେନସନଭୁକ୍ତ ପେନସନ ଶିକ୍ଷକ ସଂଘ ଓ ଶିକ୍ଷା ସହାୟକ ସଂଘର ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ସେପଟେ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଯୋଜନା କରିଛି ସରକାର । ଆନ୍ଦୋଳନକୁ ଠପ୍ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସ୍ୱତନ୍ତ୍ର ସଚିବ । ଗୋଟିଏ ଦିନରେ ଏକାଧିକ ଶିକ୍ଷକ ଛୁଟିରେ ରହିପାରିବେନି ଓ ବିନାନୁମତିରେ ରହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଲେଖି ତାଗିଦ୍ କରିଛନ୍ତି ସଚିବ ।