କନକ ବ୍ୟୁରୋ : ସାଧାରଣ ଦର୍ଶକଙ୍କ ପାଇଁ ଶନିବାରଠାରୁ ଦୁଇ ଦିନ ଧରି ତିନୋଟି କାଉଣ୍ଟରେ ଟିକେଟ ବିକ୍ରି କରାଯିବ। ହର୍ସ ଗେଟ୍ ପାଖ ୧ନମ୍ବର ଟିକେଟ କାଉଣ୍ଟରରେ ସ୍ପେଶାଲ ଏନ୍କ୍ଲୋଜୋର, ନିଉ ପାଭିଲିଅନ୍, ଏସି ଗ୍ୟାଲେରୀ, କର୍ପୋରେଟ୍ ବକ୍ସ ପାଇଁ ଏବଂ ଇଣ୍ଡୋର ହଲ୍ ପଟ କାଉଣ୍ଟର ନମ୍ବର ୨ ଓ ୩ରେ ସମସ୍ତ ଗ୍ୟାଲେରୀ ପାଇଁ ଟିକେଟ ବିକ୍ରି କରାଯିବ। ସକାଳ ୯ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ଚାଲିବ। ଜଣେ ସର୍ବାଧିକ ଦୁଇଟି ଟିକେଟ କିଣି ପାରିବେ।
Kanak News is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଓସିଏ ଅନୁବନ୍ଧିତ ସଂସ୍ଥା ମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକେଟ ଗୁଡ଼ିକ ବିକ୍ରି ହୋଇଯାଇଥିଲାବେଳେ କାଉଣ୍ଟରରେ ବଳକା ପ୍ରାୟ ୧୨ହଜାର ୫୩୮ଟିକେଟ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି କରାଯିବ। ତେବେ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସାଧାରଣ ଦର୍ଶକଙ୍କ ପାଇଁ ୨୨୦୪୧ ଟିକେଟ ବିକ୍ରି ପାଇଁ ଉଦ୍ଦିଷ୍ଟ ହେବ। କିନ୍ତୁ ଓସିଏ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ପ୍ରେସ୍ ବିବୃତ୍ତି ଅନୁଯାୟୀ, ୨୧୮୩୯ ଟିକେଟ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ।
ଏଥିମଧ୍ୟରୁ ଅନ୍ଲାଇନ୍ରେ ୯୩୧୦ ଟିକେଟ ବିକ୍ରି ହୋଇସାରିଛି। ତେଣୁ କାଉଣ୍ଟରକୁ ୨୦୨ ଖଣ୍ଡ ଟିକେଟ୍ କମ୍ ଯିବ ବୋଲି ଜଣାପଡ଼ିଛି। ହେଲେ ଏଠାରେ ପ୍ରଶ୍ନ ଉଠୁଛି, ଏହି କମ୍ ଟିକେଟ ଗୁଡ଼ିକ କେଉଁଠାରେ ବିକ୍ରି ହେଲା? ସବୁକିଛି ଧାର୍ଯ୍ୟ କୋଟା ଅନୁସାରେ ବିକ୍ରି ହୋଇଥିଲାବେଳେ କାଉଣ୍ଟର ବିକ୍ରି ବେଳକୁ ଅଭାବି ପରିସ୍ଥିତି କାହିଁକି ସୃଷ୍ଟି ହେଉଛି? ତେବେ ଏସମ୍ପର୍କରେ ସେ କିଛି ଜାଣିନଥିବା ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧିରେନ୍ ପଲେଇ ସଫେଇ ଦେଇଛନ୍ତି।