ସନ୍ଦେହରେ ସଫ୍ଟୱେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା: ପ୍ରାଥମିକ ତଦନ୍ତରୁ ପ୍ରେମଜନିତ କାରଣ ସନ୍ଦେହ, ଡାଏରୀ ଜବତ କଲା ପୁଲିସ

1,807

କନକ ବ୍ୟୁରୋ: ଆତ୍ମହତ୍ୟାର ଅନେକ ଖବର ଏବେ ଆପଣ ଓଡିଶାରେ ଦେଖୁଥିବେ । ମହିଳାଙ୍କ କ୍ଷେତ୍ରରେ ଏହି ଆତ୍ମହତ୍ୟା ବଢି ବଢି ଚାଲିଛି । ରଶ୍ମିରେଖାଙ୍କ ଆତ୍ମହତ୍ୟାର ଘଟଣା ମଧ୍ୟ ଖବରର ଶିରୋନାମା ପାଲଟିଥିଲା, ଏହି ସମୟରେ ରାଜଧାନୀରେ ଆଉ ଜଣେ ମହିଳା ଇଂଜିନିୟରଙ୍କ ଆତ୍ମହତ୍ୟା ଚାଂଚଲ୍ୟ ସୃଷ୍ଟି କରୁଛି । ପ୍ରାୟ ସବୁ ମହିଳାଙ୍କ ଆତ୍ମହତ୍ୟା କ୍ଷେତ୍ରରେ ପ୍ରେମ ଜନିତ କାରଣ ରହୁଥିବା ବେଳେ, ଏହି ଘଟଣାର କାରଣ ମଧ୍ୟ ପ୍ରେମ ଜନିତ ହୋଇପାରେ ବୋଲି ଚର୍ଚା ହେଉଛି । ଭୁବନେଶ୍ୱରରେ ଗୋଟିଏ ଭଲ କଂପାନିରେ ଇଂଜିନିୟର ଥିବା, ଭଲ ଦରମା ପାଉଥିବା ମହିଳା ନଚେତ କାହିଁକି ଆତ୍ମହତ୍ୟା କରିବେ, ତାହା ମଧ୍ୟ ବିଭିନ୍ନ ପ୍ରଶ୍ନବାଚି ସୃଷ୍ଟି କରୁଛି ।

କେଉଁ କାରଣ ଯୋଗୁଁ ଜଣେ ମହିଳା ରାଜଧାନୀର ହଷ୍ଟେଲରେ କେହି ନଥିବାବେଳେ ଆତ୍ମହତ୍ୟା କଲା , ତାହା ସନ୍ଦେହ ସୃଷ୍ଟି କରୁଛି । ଘଟଣାଟି ଉପରେ ନଜର ପକାଇବା । ଫ୍ୟାନରେ ଝୁଲିପଡ଼ିଲେ ମହିଳା ଇଞ୍ଜିନିୟର । ଭୁବନେଶ୍ୱର ଶୈଳଶ୍ରୀ ବିହାରର ଏକ ଆପାର୍ଟମେଂଟରେ ରହୁଥିବା ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ୨୬ ବର୍ଷୀୟା ଶ୍ୱେତା ଉତ୍କଳ କୁମାରୀଙ୍କ ଘର ଭଦ୍ରକରେ ହୋଇଥିବା ବେଳେ ଭୁବନେଶ୍ୱରର ଏକ ନାମୀ କମ୍ପାନୀରେ ସେ କାମ କରୁଥିଲେ । ଆପାର୍ଟମେଂଟରେ ତିନି ଜଣ ସାଙ୍ଗଙ୍କ ସହ ରହୁଥିଲେ ଶ୍ୱେତା । ଜନ୍ମାଷ୍ଟମୀ ଥିବାରୁ ସମସ୍ତେ ଘରକୁ ଯାଇଥିବା ବେଳେ ଶ୍ୱେତା ରୁମରେ ଏକା ଥିଲେ । ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକ । ଆଉ ପତା ନମିଳିବାରୁ ଚନ୍ଦ୍ରଶେଖରପୁରପ ଥାନାରେ ଅଭିଯୋଗ କରିଥିଲେ । ତେବେ ମୋବାଇଲ୍ ଟ୍ରାକ୍ କରି ଶ୍ୱେତାଙ୍କ ସନ୍ଧାନ ପାଇଥିଲା ପୋଲିସ । ଆଉ ରୁମର କବାଟ ଭାଙ୍ଗିବା ପରେ ମିଳିଥିଲା ଶ୍ୱେତାଙ୍କ ମୃତଦେହ ।

ସନ୍ଦେହରେ ଶ୍ୱେତାଙ୍କ ସୁଇସାଇଡ୍
-ଭୁବନେଶ୍ୱରର ଏକ ଆପାର୍ଟମେଂଟରୁ ମିଳିଲା ମହିଳା ଇଞ୍ଜିନିୟରଙ୍କ ମୃତଦେହ
-ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି ଶ୍ୱେତା ଉତ୍କଳ କୁମାରୀ
-ସଫୱେୟାର ଇଞ୍ଜିନିୟର ଭାବେ କାମ କରୁଥିଲେ ଶ୍ୱେତା
-୨୬ ବର୍ଷୀୟା ଶ୍ୱେତାଙ୍କ ଘର ଭଦ୍ରକରେ
-ଭୁବନେଶ୍ୱରର ଏକ ନାମୀ କମ୍ପାନୀରେ କରୁଥିଲେ କାମ
-ତଦନ୍ତ ବେଳେ ଆପାର୍ଟମେଂଟ ଫ୍ଲାଟରୁ ଏକ ଡାଏରୀ ଜବତ ହୋଇଛି
-ଡାଏରୀରେ ରହିଛି ଜଣେ ଯୁବକଙ୍କ ନାଁ
-ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିଛି ପୋଲିସ
-ଆପାର୍ଟମେଂଟରେ ୩ଜଣ ସାଙ୍ଗଙ୍କ ସହ ରହୁଥିଲେ ଶ୍ୱେତା
-ସମସ୍ତେ ଘରକୁ ଯାଇଥିଲେ, ଶ୍ୱେତା ରୁମରେ ଏକା ଥିଲେ
-ଫୋନ୍ ସୁଇଚ୍ ଅଫ୍ ଥିବାରୁ ଖୋଜାଖୋଜି କରିଥିଲେ ପରିବାର
-ପତା ନମିଳିବାରୁ ଥାନାରେ ଅଭିଯୋଗ କରିଥିଲେ
-ମୋବାଇଲ୍ ଟ୍ରାକ୍ କରି ଶ୍ୱେତାଙ୍କ ସନ୍ଧାନ ପାଇଥିଲା ପୋଲିସ
-କବାଟ ଭାଙ୍ଗିବା ପରେ ମିଳିଥିଲା ଶ୍ୱେତାଙ୍କ ମୃତଦେହ

କାହିଁକି ଆତ୍ମହତ୍ୟା କଲେ ଶ୍ୱେତା ?
-ମୃତ୍ୟୁ ପଛରେ ରହିଛି କି ପ୍ରେମଜନିତ କାରଣ ?
-ଶ୍ୱେତାଙ୍କ କିଛି ପାରିବାରିକ ସମସ୍ୟା ଥିଲା କି ?
-ମାନସିକ ଚାପରେ ଥିଲେ କି ?
-କାର୍ଯ୍ୟକ୍ଷେତ୍ରରେ କିଛି ଚାପ ରହିଥିଲା କି ?
-ରୁମମେଟ୍ସଙ୍କ ସହ କିଛି ମତାନ୍ତର ହୋଇଥିଲା କି ?
-ଆତ୍ମହତ୍ୟା ପଛରେ ରହିଛି କି ଆଉ କିଛି କାରଣ ?
-ଶ୍ୱେତାଙ୍କ ଡାଏରୀରେ ମୃତ୍ୟୁ ରହସ୍ୟ?
-କାହିଁକି ସ୍ପଷ୍ଟୀକରଣ ରଖୁନାହାନ୍ତି ପରିବାରଲୋକେ ?
-କେମିତି ଚାଲିଛି ଶ୍ୱେତା ଆତ୍ମହତ୍ୟାର ତଦନ୍ତ ?