ମୁଖ୍ୟମନ୍ତ୍ରୀ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ସୁରେଶ ପୂଜାରୀ । କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କରିପାରନ୍ତି ଆଲୋଚନା ।

996

କନକ ବ୍ୟୁରୋ: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ? ଏନେଇ ସସପେନ୍ସ ଜାରି ରହିଥିବା ବେଳେ ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ହୋଇଛି । ଗତକାଲି ସଂଧ୍ୟାରେ ବ୍ରଜରାଜନଗର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀରେ ସେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି । ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ସକାଳେ ବିଧାୟକ ଦଳ ବୈଠକ ବସିବ । ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ମୁଖ୍ୟମନ୍ତ୍ରୀ ରେସରେ ସୁରେଶ ପୂଜାରୀଙ୍କ ନାଁ ରହିଛି । ଏହାରି ଭିତରେ ସୁରେଶ ପୂଜାରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି ।