‘ଅପରାଧ ନୁହେଁ କିଶୋର-କିଶୋରୀଙ୍କ ସମ୍ପର୍କ’ : କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ

323

କନକ ବ୍ୟୁରୋ : ୧୬ରୁ ୧୮ବର୍ଷରୁ କମ କିଶୋର-କିଶୋରୀଙ୍କ ଶାରୀରିକ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ମୁକ୍ତ କରିବା ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଏନଇ କେନ୍ଦ୍ର ସରକାରଙ୍କଠୁ ଜବାବ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଆବେଦନକାରୀ ଓକିଲ ହର୍ଷ ବିଭୋର ସିଙ୍ଘଲ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ଆବେଦନ କରିଛନ୍ତି । ଆବେଦନକାରୀ କହିଛନ୍ତି ୧୬ରୁ ୧୮ ବର୍ଷ ବୟସର ଝିଅମାନଙ୍କ ସହ ସହମତିରେ ଶାରୀରିକ ସମ୍ପର୍କ ରଖିବାରୁ ଅନେକ ପୁଅ ଗିରଫ ହୋଇଛନ୍ତି ।

ସେମାନଙ୍କ ବୟସ ୧୮ ବଷର୍ରୁ ଅଧିକ ହେବା ପରେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଅନେକ କିଶୋର ଏବେ ଶାରୀରିକ ସମ୍ପର୍କ ରଖି ଆଇନଗତ ସମସ୍ୟାର ସାମ୍ନା କରୁଛନ୍ତି । ଏଥିପାଇଁ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଅନେକ ଦେଶ ମଧ୍ୟ ରୋମିଓ-ଜୁଲିଏଟ ଆଇନ୍ ଆଣିଛନ୍ତି । ଯାହା ଦ୍ୱାରା ଆଉ ଏହି ପିଢି ଆଇନର ଜାଲରେ ଛନ୍ଦି ହେବେ ନାହିଁ । ତେଣୁ ଏବେ ଭାରତରେ ମଧ୍ୟ ସମାନ ପ୍ରକାର ଆଇନ ଆସିବା ଆବଶ୍ୟକ ବୋଲି ଦାବି ହୋଇଛି ।