ଦେଶରେ ବଢୁଥିବା ଛାତ୍ରଛାତ୍ରୀ ଆତ୍ମହତ୍ୟାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ । କହିଲେ, ପିଲାଙ୍କ ଅପେକ୍ଷା, ବାପାମାଆଙ୍କ ଚାପ ଅଧିକ ଦାୟୀ

132

କନକ ବ୍ୟୁରୋ : ଦେଶରେ ବଢୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ପିତାମାତାଙ୍କ ଚାପ ଅନ୍ୟତମ କାରଣ । ଏକ ମାମଲାର ଶୁଣାଣି ସମୟରେ ଏଭଳି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତୀବ୍ର ପ୍ରତିଯୋଗିତା ଓ ବାପାମାଆଙ୍କ ଚାପ ଯୋଗୁଁ ଛାତ୍ରଛାତ୍ରୀ ଏଭଳି ପଦକ୍ଷେପ ନେଉଛନ୍ତି । ଦେଶରେ ଛତୁ ଫୁଟିଲା ଭଳି ଗଢିଉଠିଥିବା ମେଡିକାଲ, ଇଂଜନିୟରିଂ ପ୍ରବେଶିକା ପାଇଁ କୋଚିଂ ସେଂଟର ଉପରେ ନିୟନ୍ତ୍ରଣ ପାଇଁ ହୋଇଥିବା ମାମଲାର ଶୁଣାଣି ବେଳେ ଏହା କହିଛନ୍ତି ସୁପ୍ରିମକୋର୍ଟ । ଦେଶରେ ବଢୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ, କହିଛନ୍ତି ବିଭିନ୍ନ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କ ଉପରେ ବାପାମାଆ ପ୍ରବଳ ଚାପ ପକାଉଛନ୍ତି । ପିତା ମାତାଙ୍କ ଚାପରେ ପିଲା ନିଜ ରୁଚି ବିରୋଧରେ ପାଠ ପଢୁଛନ୍ତି । ତେଣୁ ଏଭଳି ସମସ୍ୟା ଦେଖାଦେଉଛି । ଏଥିସହ କୋଚିଂ ସେଂଟରଗୁଡିକୁ ନିୟନ୍ତ୍ରଣ ପାଇଁ କୌଣସି ନିର୍ଦ୍ଦେଶ ଦେଇହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଆବେଦନକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ଯଦି ସେ ଚାହିଁବେ ତେବେ ଏସଂପର୍କରେ ସରକାରଙ୍କୁ ଆବେଦନ କରିପାରିବେ । ମୁମ୍ବାଇର ଜଣେ ଡାକ୍ତର ଅନିରୁଦ୍ଧ ନାରାୟଣ ମାଲପାନି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ବୃଦ୍ଧି ପାଇଁ କୋଚିଂ ସେଂଟରକୁ ଦାୟୀ କରି ସୁପ୍ରିମକୋର୍ଟ ଯାଇଥିଲେ ।
ଛାତ୍ର ଆତ୍ମହତ୍ୟାର କାରଣ
ବାପା ମାଆଙ୍କ ଚାପ ?
ଦେଶରେ ଉଦେବଗଜନକ ଭାବେ ବଢୁଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା
ପିଲାଙ୍କ ଆତ୍ମହତ୍ୟାକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ
‘ପିଲାଙ୍କ ଆତ୍ମହତ୍ୟା ପଛରେ ପିତାମାତାଙ୍କ ଚାପ ଅନ୍ୟତମ କାରଣ’
ଆତ୍ମହତ୍ୟା ପାଇଁ ଛାତ୍ରଛାତ୍ରଙ୍କ ଅପେକ୍ଷା ବାପାମା’ ଅଧିକ ଦାୟୀ: ସୁପ୍ରିମକୋର୍ଟ
‘ତୀବ୍ର ପ୍ରତିଯୋଗିତା, ଓ ବାପାମା’ଙ୍କ ଚାପ ଯୋଗୁଁ ଚରମ ପଦକ୍ଷେପ ନେଉଛନ୍ତି ଛାତ୍ରଛାତ୍ରୀ’
‘ତୀବ୍ର ପ୍ରତିଯୋଗିତା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଖରେ ବିକଳ୍ପ ରହୁନାହିଁ’
ବାଧ୍ୟ ହୋଇ ପିଲା କୋଚିଂ ସେଣ୍ଟରକୁ ଯାଉଛନ୍ତି: ସୁପ୍ରିମକୋର୍ଟ
‘ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି କରୁଥିବା ପିଲାଙ୍କ ଉପରେ ବାପାମାଆ ପ୍ରବଳ ଚାପ ପକାଉଛନ୍ତି’
ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି: ସୁପ୍ରିମକୋର୍ଟ
ବାପାମା’ଙ୍କ ଚାପ, ବିଫଳତାର ଭୟ ପିଲାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛି?