କାହାର ହେବ ବୌଦ୍ଧ ଗଡ଼ ।ବାଜି ମାରିବ କିଏ? ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଜୋରଦାର ଅଙ୍କକଷା ।

96

କନକବ୍ୟୁରୋ :ଅନ୍ୟ ସ୍ଥାନ ଭଳି ବୌଦ୍ଧ ରାଜନୀତି ବେଶ୍ ସରଗରମ ହୋଇପଡିଛି । ନିର୍ବାଚନ ମଣ୍ଡଳିର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଟକ୍କର । ଗାଁଠୁ ସହର ସବୁଠି ନିର୍ବାଚନ ମଣ୍ଡଳି ଚର୍ଚ୍ଚା । ବିଜେଡି ଗଡକୁ କିଭଳି ହାତେଇବ ସେ ନେଇ ଚାଲିଛି ଅଙ୍କକଷା । ବିଭିନ୍ନ ରଣ କୌଶଳ କରି ଭୋଟ୍ ହାତେଇବାକୁ ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି । ବିଗତ ନିର୍ବାଚନୀ ଗୁଡିକରେ ବିଜେଡିର ଗଡ ଥିବା ବୌଦ୍ଧ ନିର୍ବାଚନ ମଣ୍ଡଳି ଏଥର କିଏ ଜିତିବ ତାକୁ ନେଇ ଜୋରଦାର ଚର୍ଚ୍ଚା ଧରିଛି ।

ବିଜେଡି କିଭଳି ଗଡ ହାତେଇବା ସେ ନେଇ ଫୁଲ୍ ଦମ୍ରେ ଲାଗିପଡିଛି । ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ବିଭିନ୍ନ ବିକାଶର ନାରା ଦେଇ ସମର୍ଥକ ଯୋଗାଡ କରିବାରେ ଲାଗିଛନ୍ତି । ଭୋଟ୍ ହାତେଇବାକୁ ଦଳ ଦଳ ମଧ୍ୟରେ ବିଭିିନ୍ନ ପ୍ରସଙ୍ଗକୁ ଢାଲ କରି ସମର୍ଥକ ଯୋଗାଡ କରିବାରେ ଲାଗିପଡିଛନ୍ତି । ସେପଟେ ଭୋଟର ମଧ୍ୟ ବେଶ ସଚେତନ ରହିଛନ୍ତି ଚଳିତ ଥର କାହାକୁ ଭୋଟ୍ ଦେବେ । କିଏ ହାତେଇବା ବୌଦ୍ଧ ଗଡ଼ ? ଦଳ ପୁଣି ରିପିଟ୍ କରିବ କି? ଏସବୁ ଆଲୋଚନା ପର୍ଯ୍ୟାଲୋଚନା ଭିତରେ ବାଜି କିଏ ମାରୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।