ଦୁଇଗୋଷ୍ଠୀ ମଧ୍ୟରେ ବଚସାକୁ କେନ୍ଦ୍ରକରି ସୁନ୍ଦରଗଡରେ ଗୁଳିମାଡ : ଗୁଇନ୍ଦା ବିଭାଗ କନଷ୍ଟେବଳଙ୍କ ବେକରେ ବାଜିଲା ଗୁଳି

45

କନକ ବ୍ୟୁରୋ : ଗୁଇନ୍ଦା ବିଭାଗ କନେଷ୍ଟବଳଙ୍କୁ ଗୁଳିମାଡ । ସୁନ୍ଦରଗଡ ଜିଲ୍ଲାରେ ଘଟିଛି ଏପରି ଘଟଣା । ରାଉରକେଲା ରୋଡରେ ଥିବା ବିୟର ପାର୍ଲର ସମ୍ମୁଖରେ ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି । ଗୁଇନ୍ଦା ବିଭାଗ କନେଷ୍ଟବଳ ସୌମେନ୍ଦ୍ର ସେଠୀଙ୍କ ବେକରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହେବା ପରେ ଏହା ଉଗ୍ର ରୂପ ଧାରଣ କରିଥିଲ । ପରେ ଦୁର୍ବତ୍ତମାନେ ୪ ରାଉଣ୍ଡ ଗୁଳିମାଡ କରିଥିଲେ ।

firing
source-https://www.google.co.in/

ସୂଚନାଯୋଗ୍ୟ ବିୟର ପାର୍ଲରରେ ୩ ଜଣ ଯୁବକ ବିୟର ପିଉଥିଲେ । ବିୟର ପିଇ ବୋତଲ ଭାଙ୍ଗିବା ବେଳ ଏପରି ନକରିବା ପାଇଁ ଅନ୍ୟ କିଛି ଯୁବକ ମନା କରିଥିଲେ । ଆଉ ଏଥିରେ ରାଗିଯାଇ ମାତାଲ ଯୁବକମାନେ ଝଗଡ଼ା କରିବା ଆରମ୍ଭ କରିଦେଲେ । ତେବେ ମାତାଲ ଯୁବକ ମାନେ ଅନ୍ୟ ଯୁବକଙ୍କ ଉପରକୁ ଗୁଳି ମାରିବା ବେଳକୁ ଗୁଳି ଯାଇ ବାଜିଲା ସୌମେନ୍ଦ୍ର ସେଠୀଙ୍କ ବେକରେ । ଗୁଳି ଫୁଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଯାଇଥିଲେ ।