ଛାତ୍ରଙ୍କୁ ଅପହରଣ କରିନେଲେ ମାଓବାଦୀ । ନିଶାନାରେ ଥିଲା ରାସନ ବୋଝେଇ ଟ୍ରକ, କବଳରେ ପଡ଼ିଗଲେ ୧୨ ବର୍ଷୀୟ ଛାତ୍ର ।

30

କନକ ବ୍ୟୁରୋ: ପୁଣି ମାଓବାଦୀଙ୍କ ଅଭାବନୀୟ କାଣ୍ଡ । ଛତିଶଗଡ଼ ସୀମା ସୁକୁମା ଜିଲ୍ଲା ଅନ୍ତର୍ଗତ କୋତାଚେରୁ ଠାରୁ ୧୨ ବର୍ଷୀୟ ଛାତ୍ରଙ୍କୁ ମାଓବାଦୀ ଅପହରଣ କରିନେଇଥିବା ଜଣାପଡ଼ିଛି । ସୁକୁମା ଏସପି ଅଭିଷେକ ମୀନାଙ୍କ କହିବା ମୁତାବକ ଛାତ୍ର ଜଣକ କୋଣ୍ଟାରୁ ଭେଜ୍ଜି ଫେରୁଥିବା ସମୟରେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଛନ୍ତି । କାରଣ କୋଣ୍ଟାରୁ ଆସୁଥିବା ଏକ ପିଡିଏସ ରାସନ ବୋଝେଇ ଟ୍ରକକୁ ନକ୍ସଲମାନେ ନିଆଁ ଲଗାଇବା ପାଇଁ ଯୋଜନା କରିଥିଲେ । କିନ୍ତୁ ଟ୍ରକ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ତାହା ସମ୍ଭବ ହୋଇ ପାରିନଥିଲା ।

source : Eenadu India

ସେହି ସମୟରେ କୋଣ୍ଟାର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ କରୁଥିବା ୧୨ ବର୍ଷୀୟ ଛାତ୍ର ପୋଡ଼ିୟମ ମୁକେଶ ଘରକୁ ଫେରୁଥିବା ସମୟରେ ନକ୍ସଲଙ୍କ କବଳରେ ପଡ଼ିଯାଇଥିଲା ବୋଲି ଏସପି କହିଛନ୍ତି । ତେବେ ସୂଚନା ମିଳିବା ପରେ ସୁରକ୍ଷା କର୍ମୀମାନେ ମାନେ ସର୍ଚ୍ଚ ଅପରେସନରେ ଯାଇଥିବା ଜଣାପଡିଛି ।

ମାଓବାଦୀଙ୍କ ନିଶାନାରେ ଥିଲା ପିଡ଼ିଏସ ରାସନ ବୋଝେଇ ଟ୍ରକ । ଏବଂ ଟ୍ରକ ଉପରକୁ ଗୁଳିବର୍ଷା ମଧ୍ୟ କରିଥିଲେ ମାଓବାଦୀ । ସେହି ବାଟ ଦେଇ ନିଜ ବାଇକରେ ମୁକେଶ ଘରକୁ ଫେରୁଥିବା ବେଳେ ହଠାତ୍ ନକ୍ସଲଙ୍କ ସମ୍ମୁଖରେ ପଡ଼ିଯାଇଥିଲା । ବାଇକ୍ ଛାଡ଼ି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମାଓବାଦୀଙ୍କ କବଳରୁ ବର୍ତ୍ତି ପାରିନଥିଲା ମୁକେଶ । ଏବେ ମୁକେଶଙ୍କ ଅପହରଣ ପରେ ତାଙ୍କ ପରିବାରରେ ଭୟର ବାତାବରଣ ଖେଳିଯାଇଛି । ଯେଉଁଥି ପାଇଁ ପୁଅକୁ ଫେରାଇ ଆଣିବା ପାଇଁ ପୋଲିସ ପାଖରେ ଗୁହାରି କରୁଛନ୍ତି ମୁକେଶର ପରିବାର ବର୍ଗ ।