ସାହାରା ମୁଖ୍ୟ ସୁବ୍ରତ ରୟଙ୍କ କାର୍ଯ୍ୟକ୍ରମ ବାତିଲ

38

କଟକ ବ୍ୟୁରୋ,କନକ ନ୍ୟୁଜ୍ : ସାହାରା ମୁଖ୍ୟ ସୁବ୍ରତ ରୟଙ୍କ କଟକ କାର୍ଯ୍ୟକ୍ରମ ବାତିଲ । ପୁଲିସର ୧୪୪ ଧାରାକୁ ସମ୍ମାନ ଜଣାଇ ଜାଗା ଛାଡିଲେ ଏଜେଂଟ ଓ ଅଧିକାରୀ । ଆଜି  କଟକ ଇନଡୋର ଷ୍ଟାଡିୟମରେ ସାହାରା  ଏଜେଂଟ ଓ ଅଧୀକାରୀଙ୍କୁ ସମ୍ବୋଧିତ କରିଥାନ୍ତେ ସୁବ୍ରତ ରୟ । ମାଙ୍କ ଦେହାନ୍ତ ପାଇଁ ପାରୋଲରେ ଥିବା ସୁବ୍ରତ ରୟ କମ୍ପା କମ୍ପାନୀର ବ୍ୟବସାୟ ସଂପ୍ରସାରଣ  ନେଇ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିଥାନ୍ତେ । ତେବେ ଆଇନ ଶୃଙ୍ଖଳା ବିଗିଡିବା ଆଶଙ୍କାରେ ସମାବେଶ ସ୍ଥଳରେ ୧୪୪ ଧାରା ଜାରି କରାଯାଇଥିଲା । କଟକରେ ମିଟିଂ ନକରିବାକୁ ସୁବ୍ରତଙ୍କୁ ନୋଟିସ ଜାରି କରିଥିଲା କ୍ରାଇମବ୍ରାଂଚ । ସେପଟେ ଗତକାଲିଠୁ ଭୁବନେଶ୍ୱର ଆସି ମେ ଫେୟାରରେ ଥିବା ସୁବ୍ରତ ରୟଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କ୍ଷୁଦ୍ର ନିବେଶକଙ୍କ ନିକଟରୁ ବେଆଇନ ଭାବେ କୋଟି କୋଟି  ଟଙ୍କା ସଂଗ୍ରହ କରିବା ଅଭିଯୋଗରେ ୨୦୧୪ ମାର୍ଚ୍ଚ ୪ ତାରିଖରୁ ସେ  ତିହାର ଜେଲରେ ଥିଲେ । କିନ୍ତୁ ନିକଟରେ ତାଙ୍କ ମାଆଙ୍କ  ଦେହାନ୍ତ ହେବାରୁ  ସୁପ୍ରିମକୋର୍ଟ  ତାଙ୍କୁ  ୪ ସପ୍ତାହ ପାରୋଲରେ ଛାଡିଥିଲେ ।