ନ୍ୟୁଜିଲାଣ୍ଡ ବିରୋଧରେ ଶୁଭମନ ଗିଲଙ୍କ ଦମଦାର ବ୍ୟାଟିଂ, ୮ଛକ୍କା ସହ ପୁରଣ କଲେ ଦ୍ୱିଶତକ

270

କନକ ବ୍ୟୁରୋ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଏକ ନିଆରା ରେକର୍ଡ କରିଛନ୍ତି । ଗିଲ ଲଗାତର ୩ଟି ଛକ୍କା ମାରି ଏହି ସଫଳତା ହାସଲ କରିଛନ୍ତି । ଗିଲ ୧୪୫ଟି ବଲରେ ଦ୍ୱିଶତକ ପୁରଣ କରିଛନ୍ତି । ଦ୍ୱିତୀୟ ଶତକ କରିଥିବା ଭାରତୀୟ ଖେଳାଳୀଙ୍କ ମଧ୍ୟରେ ୫ମ ଖେଳାଳୀ ଭାବେ ଗିଲ ଏହି ସଫଳତା ହାସଲ କରିଛନ୍ତି । ସେ ଦ୍ୱିଶତକ ପୁରଣ କରିବା ପରେ ଆଉଟ ହୋଇଛନ୍ତି ।

ନ୍ୟୁଜଲାଣ୍ଡ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚରେ ଦେଖିବାକୁ ମିଳିଥିଲା ଶୁଭମନ ଗିଲଙ୍କ ଦମଦାର ବ୍ୟାଟିଂ । ରୋହିତ ଶର୍ମା ଓ ଶୁଭମନ ଗିଲ ପ୍ରାରମ୍ଭିକ ବ୍ୟାଟିଂ କରିବାକୁ ଆସିଥିଲେ । ହେଲେ ରୋହିତ ଶର୍ମା ୩୪ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ପଡିଆକୁ ଆସିଥିଲେ ବିରାଟ କୋହଲି । ହେଲେ ସେ ବି କ୍ରିଜରେ ତିଷ୍ଟିପାରି ନଥିଲେ । ଗୋଟିଏ ପଟେ ୱିକେଟ ପଡୁଥିବା ବେଳେ ଗିଲ କିନ୍ତୁ ଦମଦାର ବ୍ୟାଟିଂ ଜାରି ରଖିଥିଲେ । ପ୍ରଥମ ୫୨ ବଲରେ ଗିଲ ୯ଟି ଚୌକା ଓ ଗୋଟିଏ ଛକ୍କାମାରି ଅର୍ଦ୍ଧଶତକ ପୁରଣ କରିଥିଲେ । ଏହାପରେ ୮୭ବଲରେ ୧୪ଟି ଚୌକା ଓ ୨ଟି ଛକ୍କା ସହାୟତାରେ ଶତକ ପୁରଣ କରିଥିଲେ । ଏହା ଗିଲଙ୍କ ଏକଦିବସୀୟ କ୍ୟାରିଅରରେ ତୃତୀୟ ଶତକ । ହେଲେ ୧୪୫ ବଲ ସହାୟତାରେ ସେ ଦ୍ୱିଶତକ ପୁରଣ କରିଛନ୍ତି ।