ଉତ୍କଳ ହସ୍ପିଟାଲ ଓ ରେଡକ୍ରସର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର, ଯୋଗଦେଲେ ସେଣ୍ଟ୍ରାଲ ରେଡକ୍ରସ କଟକର ନିର୍ଦ୍ଦେଶକ

206

କନକ ବ୍ୟୁରୋ : ଭୁବନେଶ୍ୱର ନିଳାଦ୍ରୀବିହାର ସ୍ଥିତ ରାଜ୍ୟର ସର୍ବବୃହତ ମଲ୍ଟି ସ୍ପେଶାଲିଷ୍ଟ ଉତ୍କଳ ହସ୍ପିଟାଲ ଓ ସେଣ୍ଟ୍ରାଲ ରେଡକ୍ରସ ବ୍ଲଡ କେନ୍ଦ୍ର କଟକ ସହଯୋଗିତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ହସ୍ପିଟାଲ ପରିସରରେ ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିରରେ ହସ୍ପିଟାଲର କର୍ମଚାରୀ ଓ ସାଧାରଣ ଲୋକ ରକ୍ତଦାନ କରିଥିଲେ । ଏହି ଶିବିରକୁ ସେଣ୍ଟ୍ରାଲ ରେଡକ୍ରସ ବ୍ଲଡ କେନ୍ଦ୍ର କଟକର ନିର୍ଦ୍ଦେଶକ ଡ. ଚନ୍ଦ୍ରିକା ପ୍ରସାଦ ଦାସ, ଡ.ରାମପ୍ରସାଦ ରାୟ, ସହଯୋଗୀ ଅଭିନାଶ ଦାସ, ଷ୍ଟାଫନର୍ସ ଭାଗ୍ୟଶ୍ରୀ ସାସମଲ , ଏଲଟି ସନ୍ଦୀପ କୁମାର ସ୍ୱାଇଁ , ଏଲଏ ମୃତ୍ୟୁଞ୍ଜୟ ବେଜଙ୍କ ସହ ଉତ୍କଳ ହସ୍ପିଟାଲ ବ୍ଲଡ କେନ୍ଦ୍ରର ମୁ୍ଖ୍ୟ ଡ.ବେଣୁଧର ଶତପଥୀ ଯୋଗ ଦେଇଥିଲେ । ଏହି ରକ୍ତଦାନ କେନ୍ଦ୍ରରେ ଉତ୍କଳ ହସ୍ପିଟାଲର ସିଇଓ ଡ.ଆଶିଷ ଚନ୍ଦ୍ରା ଏବଂ ସିଓ ଡ.ଆଲୋକ ଲୁଧ ଉପସ୍ଥିତ ଥିଲେ ।