ଅକ୍ଟୋବରରେ ବାତ୍ୟା! କ’ଣ କହିଲା ଭାରତୀୟ ପାଣିପାଗ ବିଭାଗ?

530

କନକ ବ୍ୟୁରୋ: ଅକ୍ଟୋବର ମାସ ଆରମ୍ଭରେ ବଂଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ବିଭିନ୍ନ ପାଣିପାଗ ସଂସ୍ଥାର ଏଭଳି ଆକଳନ କରିବା ପରେ ଓଡିଶାବାସୀଙ୍କ ଭିତରେ ଭୟ ସୃଷ୍ଟି ହୋଇଛି । କାରଣ ପୂର୍ବରୁ ଅକ୍ଟୋବର ମାସରେ ଆସିଥିବା ବାତ୍ୟା ଓଡିଶାର ଅନେକ କ୍ଷତି ଘଟାଇଛି । ଅନେକ ଲୋକଙ୍କ ଜୀବନ ନେଇଛି । ତେବେ ଏଭଳି ପୂର୍ବାନୁମାନକୁ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବଂ ଅନ୍ୟ ମଡେଲର ଆକଳନ ଦେଖି ବିଚଳିତ ନହେବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଅକ୍ଟୋବର ଆସିଲେ ଉପକୂଳ ଓଡ଼ିଶାବାସୀଙ୍କ ଛାତିରେ ଛନକା ପଶିଯାଏ । ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା ଥିବା ଚର୍ଚ୍ଚା ହେବା ପରେ ପୁଣି ଥରେ ବାତ୍ୟା ପ୍ରବଣ ଅଂଚଳବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ତେବେ ଏଭଳି ପୂର୍ବାନୁମାନକୁ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,
ସେପ୍ଟେମ୍ବର ୩୦ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ
କ୍ରମଶଃ ଏହା ଲଘୁଚାପର ରୂପ ନେବ
ତେବେ ବାତ୍ୟା ନେଇ କୌଣସି ଆଶଙ୍କା ନାହିଁ
ଅନ୍ୟ ମଡେଲ୍ର ଆକଳନ ଦେଖି ବିଚଳିତ ହୁଅନ୍ତୁ ନାହିଁ
ଏବେ ନଜର ପକାଇବା କିଛି ଅନ୍ତର୍ଜାତୀୟ ମଡେଲ୍ର କ’ଣ ରହିଛି ଆକଳନ –
ଜିଏଫଏସ୍ ମଡେଲ୍ ର ଆକଳନ –
ସେପ୍ଟେମ୍ବର ୨୮ କିମ୍ବା ୨୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ
୩୦ ତାରିଖରେ ଲଘୁଚାପ
ପରବର୍ତ୍ତୀ ସମୟରେ ନେଇପାରେ ବାତ୍ୟାର ରୂପ
ଇସିଏମ୍ଡବ୍ଲୁଏଫ୍ ମଡେଲ୍ କହୁଛି –

ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ବାତ୍ୟା ସମ୍ଭାବନା କ୍ଷୀଣ
ସିଏଫ୍ଏସ୍ ମଡେଲ୍ ଅନୁସାରେ –
ଅକ୍ଟୋବର ପ୍ରଥମ ସପ୍ତାହରେ ଅବପାତ ସମ୍ଭାବନା

ତେବେ ୨୯ ସେପ୍ଟେମ୍ବର ପରେ ସମୁଦ୍ର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିପାରେ । ଲଘୁଚାପ ମୃଷ୍ଟି ହେବା ପରେ ଏହା କେତେ ଘନୀଭୂତ ହେବ ଏବଂ କେଉଁ ଦିଗକୁ ମୁହାଁଇବ ତାହା ପରବର୍ତୀ ସମୟରେ ଜଣାପଡିବ ।