ହନୁମାନ ଜୟନ୍ତୀ ଶୋଭଯାତ୍ରା ବେଳେ ପଥରମାଡ: ସମ୍ବଲପୁରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି

696

କନକ ବ୍ୟୁରୋ: ହନୁମାନ ଜୟନ୍ତୀ ଶୋଭଯାତ୍ରା ବେଳେ ପଥରମାଡ । ଶୋଭାଯାତ୍ରା ଉପରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପଥର ମାଡ । ଏଥିରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେହିପରି ୫୦ରୁ ଅଧିକ ବଜରଙ୍ଗ କର୍ମଚାରୀ ଆହତ ସୂଚନା । ସମ୍ବଲପୁରର ବିଭିନ୍ନ ସ୍ଥାନରେ ପୋଡାଜଳା ହୋଇଥିଲା । ଏହାକୁ ନିୟନ୍ତ୍ରଣ ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ ହୋଇଛି । ଫଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ଆସୁଛନ୍ତି ରାପିଡ ଆକ୍ସନ ଫୋର୍ସ । ଘଟଣା ପରେ ସହରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କଲା ପ୍ରଶାସନ । ୫ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଜାରି ହୋଇଛି ।